Categories: ଜାତୀୟ

ଶହୀଦ ଯବାନଙ୍କ ବଳିଦାନକୁ ଭୁଲିବ ନାହିଁ ଦେଶ: ରାଜନାଥ ସିଂ

ନୂଆଦିଲ୍ଲୀ,୧୭।୬: ଗଲଓ୍ବାନ ଉପତ୍ୟକାରେ ଭାରତ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଭାରତୀୟ ସେନାର ୨୦ ଯବାନ ଶହୀଦ ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏନେଇ ଟୁଇଟ୍‌ କରିଛନ୍ତି। ସେ କହିଛନ୍ତି ଯେ ‘ଗଲଓ୍ବାନ ଉପତ୍ୟକାରେ ଯବାନଙ୍କ ଶହୀଦ ହେବାବା ଅତ୍ୟନ୍ତ ବିବ୍ରତ ଏବଂ ଦୁଃଖଦାୟକ। ଆମ ଯବାନମାନେ କର୍ତ୍ତବ୍ୟ ପାଳନ କରିବା ସମୟରେ ଅଦମ୍ୟ ସାହସ ଏବଂ ବୀରତ୍ୱ ପ୍ରଦର୍ଶନ କରିଥିଲେ ଏବଂ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେମାନଙ୍କ ସାହସିକତା ଏବଂ ବଳିଦାନକୁ ଦେଶ ଭୁଲିବ ନାହିଁ। ଶହୀଦ ଯବାନଙ୍କ ପରିବାର ପ୍ରତି ମୋର ସମବେଦନା। ସୂଚନାଯୋଗ୍ୟ, ସୋମବାର ରାତିରେ ପୂର୍ବ ଲଦାଖରେ ଭାରତୀୟ ସୀମାରେ ପଶି ଚାଇନା ସେନା ଆକ୍ରମଣ କରିବାରୁ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଯବାନ ଶହୀଦ ହୋଇଛନ୍ତି। ଭାରତୀୟ ସେନା ଏହାର ପାଲଟା ଜବାବରେ ଚାଇନାର ୪୩ ଜଣ ସୈନିକ ପ୍ରାଣ ହରାଇଛନ୍ତି।

Share