ଶହୀଦ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ବାଲିଗୁଡା,୯ା୮(ଡି.ଏନ.ଏ.)-କନ୍ଧମାଳ ଜିଲା ବାଲିଗୁଡା ନୂଆସାହିରର ଜଣେ ବିଏସ୍‌ଏଫ୍‌ ଯବାନ ପଶ୍ଚିମବଙ୍ଗର ଶାନ୍ତିନଗର ବାଲାଂଦେଶ ବର୍ଡରରେ କର୍ତ୍ତବ୍ୟରତ ସମୟରେ ସହୀଦ ହୋଇଛନ୍ତି। ସେ ହେଲେ ନୂଆସାହିର ବିଜୟ କୁମାର ପାତ୍ରଙ୍କ ପୁଅ ଦୀନେଶ କୁମାର ପାତ୍ର। ଦିନେଶ ବିଏସ୍‌ଏଫ୍‌ ୧୪୬ନଂ ବାଟାଲିୟନରେ କାର୍ଯ୍ୟ କରୁଥିଲେ। ସୀମାରେ ଡ୍ୟୁଟିରେ ଥିବାବେଳେ ୩ଦିନ ତଳେ ବିଳମ୍ବିତ ରାତିରେ ସେ ସହୀଦ ହୋଇଥିଲେ। ଗୁରୁବାର ତାଙ୍କ ମରଶରୀର ବାଲିଗୁଡା ଅଣାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବାଲିଗୁଡା ସହରଠାରୁ ନୂଆସାହିକୁ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇଥିଲା। ନୂଆସାହି ଶ୍ମଶାନରେ ରାଷ୍ଟ୍ରୀୟ ସଲାମି ଜଣାଇବା ସହ ତୋପ ସଲାମି ଦିଆଯାଇଥିଲା। ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଏସ୍‌ଡିପିଓ ବିନୀତ ଅଗ୍ରୱାଲଙ୍କ ବହୁ ସ୍ଥାନୀୟ ନେତା ଓ ଜନସାଧାରଣ ଶୋଭାଯାତ୍ରାରେ ଶ୍ମଶାନକୁ ଯାଇ ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପ୍ରଶାସନ ତରଫରୁ ସମସ୍ତ ସହଯୋଗ କରାଯିବ ବୋଲି ଉପଜିଲାପାଳ ଭାଉସାହେବ କହିଛନ୍ତି। ପ୍ରକାଶ ଯେ, ୨୦୦୭ରେ ଦିନେଶ ବିଏସ୍‌ଏଫ୍‌ରେ ଭର୍ତ୍ତି ହୋଇଥିଲେ। ୨ବର୍ଷ ତଳେ ତାଙ୍କର ବିବାହ ହୋଇଥିବାବେଳେ ବର୍ଷକର ଶିଶୁକନ୍ୟା ଥିବା ଜଣାପଡିଛି।

Share