Categories: ଜାତୀୟ

ଶହୀଦ ରତନଲାଲଙ୍କ ପରିବାରଙ୍କୁ ମିଳିବ ୧ କୋଟି, ଜଣେ ସଦସ୍ୟଙ୍କୁ ଚାକିରି: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୬।୨: ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧୀ ହିଂସାକାଣ୍ଡରେ ଏପର୍ଯ୍ୟନ୍ତ ୨୨ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଆଉ କେତେକ ଲୋକ ଆହତ ହୋଇ ଏବେ ବି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଅନ୍ୟପଟେ ହିଂସା ନିୟନ୍ତ୍ରଣ ସମୟରେ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିବା ଦିଲ୍ଲୀ ପୋଲିସର ହେଡ୍‌ କନଷ୍ଟେବଳ ରତନଲାଲଙ୍କ ପରିବାରଙ୍କୁ ଦିଲ୍ଲୀ ସରକାର ସହାୟତା ଘୋଷଣା କରିଛନ୍ତି। ଶହୀଦ ରତନଲାଲଙ୍କ ପରିବାରକୁ ୧ କୋଟି ଟଙ୍କାର ଅନୁକମ୍ପା ରାଶି ଦିଆଯିବା ସହ ଘରର ଜଣେ ସଦସ୍ୟଙ୍କୁ ଚାକିରି ମଧ୍ୟ ଦିଆଯିବ। ଏନେଇ ବୁଧବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଘୋଷଣା କରିଛନ୍ତି। ସେ କହିଛନ୍ତି, ଦେଶକୁ ରକ୍ଷା କରିବାକୁ ଯାଇ ରତନଲାଲ ଶହୀଦ ହୋଇଛନ୍ତି। ତାଙ୍କର ଏହି ଉଦ୍ୟମ ବ୍ୟର୍ଥ ଯିବ ନାହିଁ ବୋଲି କେଜ୍‌ରିଓ୍ବାଲ କହିଛନ୍ତି।

Share