ଶହୀଦ ଲକ୍ଷ୍ମଣ ନାୟକଙ୍କୁ ଭାରତରତ୍ନ ଦାବି: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀକାନ୍ତ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଶହୀଦ ଲକ୍ଷ୍ମଣ ନାୟକଙ୍କୁ ଭାରତରତ୍ନ ଦାବିରେ ଶୁକ୍ରବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ବିଧାନସଭାରେ ଏ ସମ୍ପର୍କିତ ପ୍ରସ୍ତାବ ଗ୍ରହଣ କରି କେନ୍ଦ୍ର ପାଖରେ ଉପସ୍ଥାପନ କରିବାକୁ ଚିଠିରେ ସେ ଉଲ୍ଲେଖ କରିଛନ୍ତି। ଲକ୍ଷ୍ମଣ ଜଣେ ମହାନ ଯୋଦ୍ଧା ହୋଇଥିବାରୁ ତାଙ୍କୁ ସମ୍ମାନିତ କରିବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ଜେନା କହିଛନ୍ତି।

Share