ଶହୀଦ ସେନାଙ୍କ ଉଦ୍ଦେଶ୍ୟରେ ସଂସ୍କୃତରେ ଶ୍ଳୋକ ଲେଖିଲେ ପ୍ରିୟଙ୍କା

ମୁମ୍ବାଇ: ଭାରତ-ଚାଇନା ସୀମା ବିବାଦକୁ ନେଇ ଲଦ୍ଦାଖର ଗଲଓ୍ବାନ ଘାଟିରେ ଶହୀଦ ହୋଇଥିବା ୨୦ ସେନାଙ୍କୁ ଦେଶ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ବଲିଉଡ୍‌ ସେଲିବ୍ରିଟି ଅକ୍ଷୟ କୁମାର, କାର୍ତ୍ତିକ ଆର୍ଯ୍ୟନ, ଅମିତାଭ ବଚ୍ଚନ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏବେ ବଲିଉଡ୍‌ର ଦେଶୀ ଗର୍ଲ ଏକ ସଂସ୍କୃତ ଶ୍ଳୋକ ମାଧ୍ୟମରେ ଶହୀଦଙ୍କୁ ଶ୍ରଦ୍ଧାଜଳି ଦେଇଛନ୍ତି। ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମରେ ଶହୀଦଙ୍କ ପରିବାର ପାଇଁ ପ୍ରାର୍ଥନା କରିଛନ୍ତି। ସେ ଲେଖିଛନ୍ତି ସେନା ଓ ତାଙ୍କ ପରିବାର ପ୍ରତି ମୋର ବହୁତ ସହାନୁଭୁତି ରହିଛି। ଈଶ୍ୱର ସେମାନଙ୍କ ଅପୂରଣୀୟ ଶୂନ୍ୟତାକୁ ସହିବା ପାଇଁ ଶକ୍ତି ଦିଅନ୍ତୁ। ସେ ଲେଖିଛନ୍ତି, ‘ଓଁ ଅସତୋ ମା ସଦ୍ଗମୟ, ତମସୋ ମା ଜ୍ୟୋତିର୍ଗମୟ, ମୃତ୍ୟୋର୍ମା ଅମୃତଂ ଗମୟ, ଓଁ ଶାନ୍ତିଃ, ଶାନ୍ତିଃ, ଶାନ୍ତିଃ…। ’

Share