ଶହୀଦ ସେନାଙ୍କ ସମ୍ମାନରେ ୪ ଦିନ ଅର୍ଦ୍ଧନମିତ ରହିବ ଆମେରିକାର ଜାତୀୟ ପତାକା

ୱାଶିଂଟନ,୨୭ ।୮: କାବୁଲରେ ହୋଇଥିବା ବୋମା ବିସ୍ଫୋରଣରେ ୧୩ ଆମେରିକୀୟ ଯବାନ ଶହୀଦ ହେବା ପରେ ସେଠାରେ ଆମେରିକା ପୁଣିଥରେ ସକ୍ରିୟ ହୋଇ ଉଠିଛି । ରାଷ୍ଟ୍ରପତି ଜୋ ବାଇଡେନ ଏହି ଘଟଣାକୁ ନେଇ କହିଛନ୍ତି, ଆମେ କେବେହେଲେ ଆପଣଙ୍କୁ କ୍ଷମା କରିବୁ ନାହିଁ । ଏବେ ଆମର ମିଶନ ପୂର୍ଣ୍ଣ ହୋଇନାହିଁ । ଗୁରୁବାର ହ୍ୱାଇଟ ହାଉସରେ ଖବରଦାତାଙ୍କୁ ବାଇଡେନ କହିଛନ୍ତି ଆମେରିକାକୁ କ୍ଷତି ପହଞ୍ଚାଉଥିବା ବ୍ୟକ୍ତି ବା ସଙ୍ଗଠନକୁ କେବେହେଲେ ଆମେରିକା ଛାଡିବ ନାହିଁ । ସୂଚନାଯୋଗ୍ୟ, ଉକ୍ତ ବିସ୍ଫୋରଣରେ ୧୩ ଆମେରିକୀୟ ସେନାଙ୍କର ମୃତ୍ୟୁ ହୋଇଥିବାରୁ ଦେଶର ଜାତୀୟ ପତାକାକୁ ୪ ଦିନ ପାଇଁ ଅର୍ଥାତ୍ ଅଗଷ୍ଟ ୩୦ ପର୍ଯ୍ୟନ୍ତ ଅର୍ଦ୍ଧନମିତ ରଖାଯିବ ବୋଲି ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି ।

Share