Advertisement

ଶହେରୁ ଅଧିକ ରୋଗରୁ ରଖେ ଦୂରେଇ…

ଗପସପ କରିବାକୁ ସମସ୍ତଙ୍କୁ ଭଲ ଲାଗେ। ବିଶେଷ କରି ଏଭଳି ଗୁଣ ମହିଳାମାନଙ୍କର କ୍ଷେତ୍ରରେ ଅଧିକ ଦେଖିବାକୁ ମିଳିଥାଏ। ଗପସପ ଦ୍ୱାରା ମାନସିକ ଶାନ୍ତି ମିଳିବା ସହିତ ଶହେରୁ ଅଧିକ ପ୍ରକାର ରୋଗ ଭଲ ହୋଇଥାଏ ବୋଲି ଏକ ଗବେଷଣାରୁ ଜଣାପଡିଛି । ଏହା ଦ୍ୱାରା ମନ ହାଲକା ହୋଇ ଯାଏ। ଲୋକଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ଆଲୋଚନା ମାଧ୍ୟମରେ ଅନେକ ଅଜଣା କଥା ଜାଣିବାକୁ ମିଳିଥାଏ। ଗପସପ ମାଧ୍ୟମରେ ଜ୍ଞାନ ତଥା ବିଚାରଧାରାର ମଧ୍ୟ ବିକାଶ ହୋଇଥାଏ। ଗପସପ ସମୟରେ ମନଖୋଲା କଥା ହେବା ଦ୍ୱାରା ଅନେକ ପ୍ରକାର ମାନସିକ ରୋଗ ଭଲ ହୋଇଥାଏ ବୋଲି ଚିକିତ୍ସା ବିଜ୍ଞାନୀ କହିଥାନ୍ତି। ତେଣୁ ସମୟ ମିଳିଲେ ସାଙ୍ଗ ସାଥୀ , ପରିବାର ସଦସ୍ୟ ଅବା ବନ୍ଧୁବାନ୍ଧବଙ୍କ ସହିତ କିଛି ସମୟ ଗପସପ କଲେ ସ୍ବାସ୍ଥ୍ୟ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel