ଶହେ କୋଟି କ୍ଲବରେ ‘ବାଲା’, ପାର୍ଟି କରି ଖୁସି ମନାଇଲା ଟିମ୍‌

ବମ୍ବେ: ପରଦାକୁ ଆସିବାର ତିନି ସପ୍ତାହ ମଧ୍ୟରେ ଶହେ କୋଟି କ୍ଲବରେ ଏଣ୍ଟ୍ରି ମାରିଛି ‘ବାଲା’। ଫିଲ୍ମରେ ନାୟକ ଆୟୁଷ୍ମାନ ଖୁରାନ୍ନା ଓ ନାୟିକା ଭୂମି ପେଡନେକର ଏବଂ ୟାମି ଗୌତମଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଛି। ଏଣୁ ଆଗାମୀ ଦିନରେ ଫିଲ୍ମଟି ଆହୁରୀ ଅନେକ ରେକର୍ଡ ନିଜ ନାମରେ କରିବ ବୋଲି ନିର୍ମାତା ଆଶା କରୁଛନ୍ତି।

ଏହି ଖୁସିକୁ ସେଲିବ୍ରେଟ୍‌ କରିବା ଲାଗି ପୁରା ଟିମ୍‌ ପାର୍ଟି କରିଛନ୍ତି। ଏଥିରେ ବଲିଉଡ୍‌ର ଅନ୍ୟ କଳାକାରମାନେ ମଧ୍ୟ ସାମିଲ ହୋଇଥିଲେ। ଏହି ଅବସରରେ ଆୟୁଷ୍ମାନଙ୍କ ଖୁସି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସ୍ତ୍ରୀ ତାହିରାଙ୍କ ସହ କ୍ୟାମେରା ସାମ୍ନାରେ ପୋଜ୍‌ ଦେବା ବେଳେ ତାହା ସ୍ପଷ୍ଟ ବାରି ହୋଇପଡ଼ୁଥିଲା। ଦେଖିବାକୁ ଗଲେ, ‘ବାଲା’ ଆୟୁଷ୍ମାନଙ୍କ ସପ୍ତମ ହିଟ୍‌ ଫିଲ୍ମ। ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କ ପରେ ସେ ହେଉଛନ୍ତି ପ୍ରଥମ ଅଭିନେତା ଯାହାର ଗୋଟିଏ ପରେ ଗୋଟିଏ ଫିଲ୍ମ ସୁପରହିଟ୍‌ ସାବ୍ୟସ୍ତ ହେବାରେ ଲାଗିଛି।

Share