ଶହେ ପରତିଶତ ଅକ୍ଷମ ଯୋଗେଶ୍ୱର:ଭତାରେ ସୀମିତ ସରକାରୀ ସାହାଯ୍‌

ଡୁଙ୍ଗୁରିପାଲି, ୯ । ୭ (ଡି.ଏନ୍‌.ଏ.):
ଦିବ୍ୟାଙ୍ଗମାନେ କେନ୍‌ଥେଇ ସମାଜର ମୁଖିଆ ଧାରରେ ସାମିଲ ହେଇପାରବେ ସେଥିରଲାଗି ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଯୋଜନା ଉପରେ ଯୋଜନା ତିଆର କରୁଛନ୍‌। ହେଲେ ଅନେକ ଜାଗାରେ ସରକାରୀ ଅଧ୍‌କାରୀ, କରମଚାରୀକର ଉଦାସିନତା ଲାଗି ହକ୍‌ଦାର ହିତାଧିକାରୀ ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ସୁନାପାଲି ପଁଚେତ୍‌ ପହଣ୍ଡି ଗଁ। ରେ।
ସୂଚନା ହିସାବେ ପହଣ୍ଡି ଗଁାର ଶିବ ପୁଟେଲ ଆର ସବ୍ୟ ପୁଟେଲକଁର ପୁଓ ହେଉଛନ୍‌ ଯୋଗେଶ୍ୱର ପୁଟେଲ(୧୮)। ସେ ଜନ୍‌ମୁ ଭିନ୍ନକ୍ଷମ ଆନ୍‌। ତାକର ଗୋଡ଼ହାତ ଠିକ୍‌ରେ କାମ୍‌ ନାଇଁ କରୁଥିଲାବେଲେ ସେ କଥା କହି କି ଶୁନି ବି ନାଇଁ ପାରବାର। ଠାରନାରରେ ଯାହା ବୁଝୁଛନ୍‌। ଇଆଡ଼େ ପରିବାରଟା ବିପିଏଲ୍‌ ଶ୍ରେଣୀର ହେଇଥିଲାବେଲେ ବପା ଶିବ ପୁଟେଲ ଚାଷ୍‌ବାସ କରି କୁଟୁମ ପୁଷୁଛନ୍‌। ଆଏଜ୍‌ ବି ପରିବାର ଲାଗି ଅନେକ ସରକାରୀ ଯୋଜନା ସାତ୍‌ସପନ ହେଇ ରହିଛେ। ଯୋଗେଶ୍ୱର ଭିନ୍ନକ୍ଷମ ଭତା ବାବ୍‌ଦେ ୭ଶହ ଟଁକା ପାଉଛନ୍‌। ହେଲେ ହ୍ବିଲ ଚେୟାର, ରାସନ କାର୍ଡ, ଆବାସ ଯୋଜନାରେ ପକାଘର ଖଁଡ଼େ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଜନ୍‌ମୁ ଭିନ୍ନକ୍ଷମ ହେବାର ଲାଗି ସେ ପାଠ୍‌ ପଢ଼ାରୁ ବଁଚିତ୍‌ ହେଇଛନ୍‌। ଗଲା ୨୦୦୩ ସାଲେ ଜିଲା ମେଡିକାଲ ବୋର୍ଡ ତାହାକୁ ୧୦୦% ପରତିଶତ ଭିନ୍ନକ୍ଷମ ବଲି ପରମାନପତର ଦେଇଛେ। ହେଲେ ଯୋଗେଶ୍ୱରକୁଁ ଭିନେ ଭିନେ ସରକାରୀ ଯୋଜନାରେ ସାମିଲ କରବାକେ ମା’ବାପ୍‌ ଥାନୀୟ ସରପଁଚ୍‌ନୁ ମୂଲ କରି ବିଡିଓ ତକ୍‌ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଇ ବାବ୍‌ଦେ ଡୁଙ୍ଗୁରିପାଲି ବିଡିଓ ସହଦେବ ସମାଧିଆକୁଁ ପଚରାଲାରୁ ଘଟନାର ତଦଁତ୍‌ କରି ପଦକ୍ଷେପ ନିଆଯିବା। ପହେଲା ତାହାକୁ ଗୁଟେ ହ୍ବିଲ ଚେୟାର ଆର ରାଶନ କାର୍ଡ ଦେବାର ବେବସ୍‌ତା କରାଯିବା। ଯଦି ତାକର ନଁା ବିଜୁ ପକାଘର କି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ଥିବା ତ ବହୁତ ଭଲକଥା ନାଇଁହେଲେ ସେ ‘କ’ କି ‘ଖ’ ନମ୍ବର ଫର୍ମରେ ଆବେଦନ କଲେ ଯେତେ ଜଲଦି ହେବା ତାହାକୁ ପକାଘର ବି ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।

Share