ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ଶୁଦ୍ଧ ଶାକାହାରୀ ଉତ୍ସବ ସମ୍ଭବତଃ ଭଲ। ଏଥିରେ ତୁମକୁ ଶୁଦ୍ଧ ଶାକାହାରୀମାନେ ବିନା ମାଂସ, କ୍ଷୀର, ଅଣ୍ଡାର ବ୍ୟକ୍ତିଟିଏ କରିବା ପାଇଁ ଏକ ପରିବେଶ ସୃଷ୍ଟି କରିଥାନ୍ତି। କିନ୍ତୁ ଏହିସବୁ କାର୍ଯ୍ୟକ୍ରମ କେବଳ ଜିନିଷ ବିକ୍ରିକରିବା ପାଇଁ ଆୟୋଜନ କରାଯାଉଛି। ଏହା ଅନ୍ୟ ପ୍ରାଣୀମାନଙ୍କ ଅଧିକାର ଏବଂ ସ୍ବାଧୀନତା ରକ୍ଷାକରିବା କିମ୍ବା ରାଜନୈତିକ ଓ ସାମାଜିକ ସକ୍ରିୟତାକୁ ପ୍ରେରଣା ଦେବା ଲାଗି ଉଦ୍ଦିଷ୍ଟ ନୁହେଁ। ଲୋକମାନଙ୍କୁ କମ୍ ଖାଇବା ଲାଗି ପରାମର୍ଶ ଦେବା ପରିବର୍ତ୍ତେ ବେଶି କିଣିିବା ପାଇଁ ପ୍ରବର୍ତ୍ତାଉଛନ୍ତି। ନୈତିକ ଆବଶ୍ୟକତା ବଦଳରେ ଶୁଦ୍ଧ ଶାକାହାରବାଦ ଗ୍ରାହକଙ୍କର ଏକ ବ୍ୟକ୍ତିଗତ ପସନ୍ଦ ବୋଲି ବାର୍ତ୍ତା ଦେଉଛନ୍ତି। ପ୍ରାଣୀମାନଙ୍କ ସ୍ବାଧୀନତା ଲାଗି ଲଢେଇରେ ଶୁଦ୍ଧ ଶାକାହାରବାଦୀଙ୍କ ପାଇଁ ଉପଲବ୍ଧତା ଓ ପକେଟ୍ର ଶକ୍ତି ନିର୍ବିବାଦରେ ଏକ ଶକ୍ତିଶାଳୀ ଉପକରଣ। ଶୁଦ୍ଧ ଶାକହାରୀ ଉପତ୍ାଦର ଚାହିଦା ବୃଦ୍ଧିପାଉଥିବା କହି ଏହି ଉପଭୋକ୍ତାବାଦୀ ଉତ୍ସବ ପୁଞ୍ଜିବାଦକୁ ପ୍ରୋତ୍ସାହନ ଦେଉଛି। ଏହା ସେହି ଢାଞ୍ଚା ଯାହା ସବୁ ପ୍ରାଣୀଙ୍କ ଉପତ୍ୀଡନ ଓ ପଣ୍ୟଦ୍ରବ୍ୟ ଭାବେ ଉପଯୋଗ ଧାରାକୁ ଧରିରଖିଛି। କେତେ ସହଜରେ ଅନେକ ଦେଶରେ ପୁଞ୍ଜିବାଦ ଶୁଦ୍ଧଶାକାହାରୀ ଉପଭୋକ୍ତାଙ୍କ ପସନ୍ଦ ସହ ଖାପଖୁଆଇ ଚାଲିପାରିଛି ତାହା ହଁି ଦେଖିବାର କଥା।
ବାସ୍ତବରେ ଜଣେ ଭିଗନ୍ ବା ଶୁଦ୍ଧ ଶାକାହାରୀ ତାଙ୍କ ବିଶେଷାଧିକାର ବାହାରେ ବିଚାର କରିବା ଦରକାର। କାହିଁକି ଆମେ ପୃଥିବୀକୁ ସଂକୁଚିତ କରି ଏକ ନର୍କକୁଣ୍ଡ କରିବାକୁ ଅନୁମତି ଦେଇଛୁ, କାହିଁକି ସବୁ ପ୍ରଜାତିର ପ୍ରାଣୀଙ୍କୁ ବ୍ୟବହାର ଓ ହତ୍ୟା କରିବାର ଅଧିକାର ମଣିଷକୁ ଦିଆଯାଇଛି। ଆମେ କେମିତି ବଞ୍ଚିବା ଓ କ’ଣ ଖାଇବା ଏକ ପୁଞ୍ଜିବାଦୀ କମ୍ପାନୀ କାହିଁକି ତାହା ସ୍ଥିର କରିବ। କ୍ୟାନ୍ସର ରୋଗୀଙ୍କ କଥା ନ ଶୁଣି କୀଟନାଶକ କମ୍ପାନୀର କଥା ଶୁଣିବାକୁ କେମିତି ଆମେ ଅନୁମତି ଦେବା। କାହିଁକି ମାଂସ ଖାଇବା ସାଧାରଣ ହୋଇଯାଇଛି? ମାଂସ ପାଇବା ଲାଗି ପ୍ରାଣୀଙ୍କୁ ଖାଇବାକୁ ଦେଇ ବଢ଼ାଇବା ଲାଗି କାହିଁକି ୮୦ ପ୍ରତିଶତ ଜଙ୍ଗଲ ଧ୍ୱଂସ କରାଯାଉଛି? ଯେତେବେଳେ ସାମାନ୍ୟ ଏକ ହୋଟେଲ କିମ୍ବା ଅନ୍ୟ କିଛି ଅନାବଶ୍ୟକ ପୁଞ୍ଜିବାଦୀ ଢାଞ୍ଚା ନିର୍ମାଣ କରାଯାଉଛି ସେତେବେଳେ ଯେଉଁମାନେ ଗଛକଟାକୁ ବିରୋଧ କରୁଛନ୍ତି କାହିଁକି ସେମାନଙ୍କୁ ବିକାଶବିରୋଧୀ ବୋଲି ବିବେଚନା କରାଯାଉଛି? ମନୁଷ୍ୟଙ୍କ ଭଳି ସମ୍ପୂର୍ଣ୍ଣ ଭାବନା ଶକ୍ତି ଥିବା ପ୍ରାଣୀମାନଙ୍କୁ କାହିଁକି ପଣ୍ୟଦ୍ରବ୍ୟ ଭାବେ ଦେଖାଯାଉଛି। ଶୁଦ୍ଧ ଶାକାହାରୀମାନେ ଦୟାଳୁ ଏବଂ ସୁଧାରବାଦୀ ହେବା ଦରକାର। ବିଳମ୍ବ ହେବା ପୂର୍ବରୁ ଏହି ସମସ୍ୟା ଉପରେ ବିଚାର କରି ନିଜ ରାସ୍ତା ବାଛିନେବା ଦରକାର।
ନିଜ ଜୀବନଶୈଳୀର ପସନ୍ଦ ‘ନୈତିକ ଉପଭୋକ୍ତାବାଦ’ ଭଳି ଶୁଦ୍ଧ ଶାକାହାରବାଦକୁ କମ୍ପାନୀଗୁଡିକ ବିକ୍ରି କରୁଛନ୍ତି। ଏଣୁ ପ୍ରାଣୀଙ୍କ ସ୍ବାଧୀନତା ଏବେ ଶସ୍ତା ହୋଇଯାଇଛି, ଉପତ୍ାଦର ପସନ୍ଦକୁ କମାଇ ଆମେ ଦୋଷମୁକ୍ତ ଅନୁଭବ କରି ଭାବୁଛୁ କି ଆମେ ଆମ କାମ କରୁଛୁ। କିନ୍ତୁ ଶୁଦ୍ଧ ଶାକାହାରୀମାନେ ପ୍ରାଣିଜ ଉପତ୍ାଦ ଖାଇବାକୁ ମନାକରିବା ଦ୍ୱାରା ଏବେ କମ୍ ପ୍ରାଣୀଙ୍କୁ ଯେ ହତ୍ୟା କରାଯାଉଛି ତାହାନୁହେଁ, ଅନେକ କମ୍ପାନୀ ଏହା ସହ ସଂଶ୍ଳିଷ୍ଟ ନୈତିକ ଉପତ୍ାଦଗୁଡିକୁ ବିକ୍ରି କରୁଛନ୍ତିି। ପ୍ରାଣୀଙ୍କୁ ନିର୍ଯାତନା ଦେଇ ସେମାନେ ଲାଭ କରୁଛନ୍ତି। ପୁଞ୍ଜିବାଦରେ ନୈତିକ ଉପଭୋକ୍ତାବାଦ ବୋଲି କିଛି ନାହିଁ। ‘ପରସ୍ପର ମଧ୍ୟରେ ନିର୍ଯାତନାର ସମ୍ପର୍କ ଥିବା ପେଟ୍ରୋକେମିକାଲ, ଅସ୍ତ୍ରଶସ୍ତ୍ର, ଫ୍ୟାଶନ, ଫାର୍ମାସ୍ୟୁଟିକାଲ ଏବଂ କୃଷିଜାତ ଉତ୍ପାଦର ଶିଳ୍ପ ସହ ମାଂସ ଏବଂ ଡାଇରି ଶିଳ୍ପ କେବଳ ଯେକୌଣସି ପ୍ରକାର ନୈତିକ ଉପତ୍ାଦ କରିପାରିବେ, ଯାହା ଏକ ମିଥ୍ୟା ଧାରଣା’ ବୋଲି ଆନିମଲ ଲିବରେଶନ କହେ। ଏଣୁ ପଶୁ ଅତ୍ୟାଚାର ଶେଷକରି ସବୁ ଜୀବଙ୍କ ଲାଗି ସ୍ବାଧୀନତା ଓ ସ୍ବତନ୍ତ୍ରତା ଆଣିବା ଶୁଦ୍ଧ ଶାକାହାରବାଦୀ ସଂଗ୍ରାମର ଏକ ଅଂଶ ହେବା ଦରକାର। ଏକ ଦୟାପୂର୍ଣ୍ଣ ସମାଜ ଗଠନ କରିବା ଲାଗି ଶାକାହାରବାଦ ପ୍ରୟାସ କରିବା ଦରକାର। ଟେକ୍ସାସ ବିଶ୍ୱବିଦ୍ୟାଳୟର ପୁରସ୍କାରପ୍ରାପ୍ତ ଲେଖକ, ଅନୁଭବୀ ସାମାଜିକ କର୍ମୀ ପ୍ରାଧ୍ୟାପକ ଷ୍ଟିଭେନ୍ ବିଷ୍ଟ୍ ଉଲ୍ଲେଖ କରିଛନ୍ତି ଯେ, ଶୁଦ୍ଧ ଶାକାହାରବାଦ ଆନୁଷ୍ଠାନିକ କ୍ଷେତ୍ରରେ ଅସଲି ସାମାଜିକ ପରିବର୍ତ୍ତନ ଚାହଁିବା ଆବଶ୍ୟକ। କ୍ରିଟିକାଲ ଆନିମଲ ଷ୍ଟଡିଜ୍ର ଲେଖକ ପ୍ରଫେସର ଜନ୍ ସାନ୍ବୋନ୍ମାଷ୍ଟୁଙ୍କ ଅନୁସାରେ କେବଳ ଇଟିଂ ଗାଇଡ୍ଲାଇନର ଗୋଟିଏ ସେଟ୍ରେ କ’ଣ ବିପଦ ରହିଛି ତାହାନୁହେଁ, ବରଂ ଯାହା ଜୀବନ ଲାଗି ଅଯୋଗ୍ୟ ତାହା ଆଲୋଚନା ବା ସମୀକ୍ଷାର ବିଷୟ। ପୁଞ୍ଜିବାଦ ଏକ ଟେକ୍ନିକାଲ ପାଓ୍ବାର, ଏକ ବୈଶ୍ୱିକ ପଦ୍ଧତି ଯାହା ଇକୋସାଇଡ୍କୁ ବିଶ୍ୱସ୍ତରକୁ ପ୍ରଥମେ ଆଣିପାରିଛି। ମାନବ ସଭ୍ୟତାର ଇତିହାସରେ ଜୈବବିବିଧତା ଏବଂ ବାୟୋମାସ ଏବେ ସବୁଠାରୁ କମ୍ ରହିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ପୁଞ୍ଜିବାଦର ପ୍ରାଣୀ ନିର୍ଯାତନା, ପରିବେଶ ଧ୍ୱଂସ ଓ ଏହାର ଉପତ୍ୀଡ଼ନ ସହ ମଣିଷର ନିର୍ଯାତନା ମଧ୍ୟରେ ସମ୍ପର୍କ ରହିଛି। କାରଣ ମାଂସ ଉଦ୍ୟୋଗ ନିର୍ଯାତନାର ଏକ ଭୟଙ୍କର ଚେହେରା। ଶୁଦ୍ଧ ଶାକାହାରୀ ଆନ୍ଦୋଳନ ମାଂସ ଖାଇବା ନିଷିଦ୍ଧ କରିବା ସଙ୍ଗେ ସଙ୍ଗେ ଏହା ବିରୋଧରେ ସ୍ବର ଉଠାଇଛି। କିନ୍ତୁ ସେମାନେ ତାଙ୍କ ବଗିଚା ଓ ଚାଷରେ ରାସାୟନିକ ସାର ଓ କୀଟନାଶକ ବ୍ୟବହାର ବନ୍ଦ କରିଛନ୍ତି କି?
ଶାକାହାରବାଦ ଏକାକୀ ମାଂସ ବନ୍ଦ କରି ଏହି ଶିଳ୍ପକୁ କ’ଣ ଧ୍ୱଂସ କରିପାରିବ? ପୁଞ୍ଜିବାଦ ଭିତରେ ଚାହିଦା ହ୍ରାସ ପାଇଲେ ମୋଟ ଉପଯୋଗ ବା ବ୍ୟୟ ବୃଦ୍ଧିପାଏ। ଆମେରିକାରେ ଶାକାହାରୀ ଓ ଶୁଦ୍ଧ ଶାକାହାରୀମାନଙ୍କ ସଂଖ୍ୟା ଗତ ଦଶନ୍ଧିରେ ଶୂନରୁ ଲକ୍ଷରେ ପହଞ୍ଚିଥିବାବେଳେ ମୋଟ୍ ମାଂସ ଖାଇବା କମି ନ ଥିଲା। ତେବେ ମାଂସ ଦର କମ୍ ହେବାରୁ ଏହା ବୃଦ୍ଧି ପାଇଥିଲା ଓ ଅଧିକ ପ୍ରାଣୀ ବି ମରିଥିଲେ।
ଭିଗନ୍ମାନେ କ’ଣ ପ୍ରାଣିହତ୍ୟା କରୁନାହାନ୍ତି? ବ୍ୟବସାୟିକ ଭିତ୍ତିରେ ଚାଷ କରାଯାଉଥିବା ପନିପରିବା ଉପଯୋଗ କରିବା ସହ ପ୍ଲାଷ୍ଟିକ୍ ବ୍ୟବହାର, ଜୈବ ଇନ୍ଧନ ସଂଚାଳିତ ପରିବହନ, କୋଇଲା, ଜଳ ବିଦ୍ୟୁତ୍, ସୌରଶକ୍ତି ଉପରେ ନିର୍ଭର କରିବା ଦ୍ୱାରା ହଜାର ହଜାର ପ୍ରାଣୀଙ୍କୁ ଆମେ ହତ୍ୟା କରୁଛୁ। ଯେଉଁ ଭିଗନ୍ମାନେ ସୁନା, ରୁପା, ମୁକ୍ତା କିମ୍ବା ଅନ୍ୟ ଯେ କୌଣସି ଷ୍ଟୋନ୍ ଧାରଣ କରିଛିନ୍ତି ସେମାନେ ବି ଲକ୍ଷ ଲକ୍ଷ ପ୍ରାଣୀଙ୍କୁ ହତ୍ୟା କରୁଛନ୍ତି। ଜୋତା ହୁଏତ ରବରରେ ତିଆରି ହୋଇପାରେ, କିନ୍ତୁ ପୂରା ଜୋତାକୁ ଯୋଡିବାରେ ପ୍ରାଣୀଙ୍କ ଚମଡ଼ାରୁ ପ୍ରସ୍ତୁତ ଅଠା ବ୍ୟବହାର କରାଯାଏ। ଇନ୍ସୁଲିନ ଇଞ୍ଜେକ୍ସନ ଗାଈ ଓ ଘୁଷୁରି ଅଗ୍ନ୍ୟାଶୟରୁ ପ୍ରସ୍ତୁତ ହୁଏ। କଥା ହେଉଛି, ଆମେ ଯାହା ବ୍ୟବହାର କରୁଛୁ ତା’ପଛରେ ନିର୍ଯାତନା ଛପି ରହିଛି। ଏଣୁ ଭିଗନ୍ ହେବାକୁ ହେଲେ ଖୁବ୍ କମ୍ ବ୍ୟବହାର କରିବାକୁ ପଡିବ। ଉପଭୋକ୍ତାବାଦ ପୃଥିବୀକୁ ନଷ୍ଟ କରୁଛି। ଖାଦ୍ୟ, ପୋଷାକ, ଜୋତା, ଅଦରକାରୀ ଦାନ୍ତଖୁଣ୍ଟା, ଛତା, ଫେସ୍ପ୍ୟାକ୍ ଓ ଲିପ୍ଷ୍ଟିକ୍କୁ ପରିହାର କରିବା ଦରକାର। ମାଂସ ଖାଇବା ବନ୍ଦ କରି ତୁମର ଅସଂଯତ ଜୀବନଶୈଳୀ ଦ୍ୱାରା ପୃଥିବୀର ପରିବର୍ତ୍ତନ ହୋଇପାରିବ କି? ତୁମ ଟଙ୍କା ଜମା ରଖିଥିବା ବ୍ୟାଙ୍କ୍ ସୁପର୍ ମାର୍କେଟ କିମ୍ବା ମାଂସ ଉପତ୍ାଦନ ସହ ଜଡିତ ଶିଳ୍ପରେ ନିବେଶ କରୁନାହିଁ କି? ବୀମା ସଂସ୍ଥା କଂସେଇଖାନାକୁ ବୀମାଭୁକ୍ତ କରୁନାହାନ୍ତି କି? ଏହିସବୁ ସମସ୍ୟା ଉପରେ ଭିଗନ୍ମାନେ ଦୃଷ୍ଟିଦେବା ଉଚିତ। ଯେଉଁ ଉପତ୍ାଦ ମିଳିବା ଉଚିତ ନୁହେଁ ତାହା ଥାକରେ ନ ରହିବା ଆବଶ୍ୟକ। ଏହାର ବିକଳ୍ପ ପସନ୍ଦ ବି ଉପଲବ୍ଧ ହେବା ଉଚିତ ନୁହେଁ। କିନ୍ତୁ ଏହା କରିବାକୁ ହେଲେ ଭିଗନ୍ମାନଙ୍କୁ ନିୟମ କରିବା ପାଇଁ ସମୟ ଦେବାକୁ ପଡିବ। ଉପଭୋକ୍ତାଙ୍କ ପସନ୍ଦକୁ ବାଦ୍ଦେବା ଏଥିପାଇଁ ଏକମାତ୍ର ଉପାୟ। ମୋ ମତରେ ସିଧାସଳଖ ପଦକ୍ଷେପ ଜଣେ ଭିଗନ୍ଙ୍କ ପାଇଁ ଅଧିକ ଗ୍ରହଣୀୟ। ଯାଅ ପରୀକ୍ଷାଗାର କିମ୍ବା କଂସେଇଖାନାରୁ ପ୍ରାଣୀଙ୍କୁ ମୁକ୍ତ କର। ଗୋଟିଏ କଂସେଇଖାନା ଚାରିପାଖରେ ଘେରି ରୁହ ଓ କାମ କରାଇ ଦିଅନାହିଁ। ପ୍ରାଣୀମାନଙ୍କୁ ଆଣୁଥିବା ଟ୍ରକ୍କୁ ଅଟକାଅ। ଯଦିଓ ସେମାନେ କମ୍ ପ୍ରାଣୀଙ୍କୁ ରକ୍ଷାକରନ୍ତି ତଥାପି ସେମାନଙ୍କ ଏହି କାର୍ଯ୍ୟ ସାହସିକ ଓ ପ୍ରେରଣାଦାୟକ। କିନ୍ତୁ ପ୍ରାଣୀଙ୍କୁ ବଞ୍ଚାଇବାକୁ ହେଲେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୂଲ୍ୟ ଦେବାକୁ ପଡିବ। ଅନ୍ୟ ପ୍ରାଣୀମାନଙ୍କ ପ୍ରତି ଆମ ସମାଜର କ୍ରୂରତା ବିରୋଧରେ ସଚେତନତା ଆଣିବା ବି ଗୁରୁତ୍ୱପୂର୍ଣ୍ଣ। ଭିଗନ୍ମାନେ ପରିବେଶ ସଚେତନତା ଆଣିଥାନ୍ତି, ଜଳାଶୟ ପରିଷ୍କାର କରନ୍ତି, ବିନା କୀଟନାଶକରେ ଶସ୍ୟ ଉପତ୍ାଦନ କରନ୍ତି ଓ କେବଳ ସ୍ଥାନୀୟ ଅଞ୍ଚଳରେ ଉପତ୍ାଦିତ ଖାଦ୍ୟ ଖାଇଥାନ୍ତି। ଜଣେ ଉପଭୋକ୍ତା ବଦଳରେ ଜଣେ କର୍ମୀଙ୍କ ଭଳି କାର୍ଯ୍ୟ କର। ଶକାହାରବାଦ ପ୍ରତି ପ୍ରତିବଦ୍ଧତା ଖୁବ୍ ଭଲ। ଯେଉଁ ସଂସ୍ଥା ପାରମ୍ପରା, ନିୟମ ଗଢୁଛନ୍ତି ଓ ପ୍ରାଣୀ ନିର୍ଯାତନାକୁ ପ୍ରାଥମିିକତା ଦେଉଛନ୍ତି ସେମାନଙ୍କୁ ଆମେ ଶିକ୍ଷା ଦେବାକୁ ପଡିବ, ବାଧା ଦେବା ସହ ସାମ୍ନାସାମ୍ନି ହେବା ବି ଦରକାର।
Email: gandhim@nic.in