Categories: ଖେଳ

ଶାକାହାରୀ ହେଲେ ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅନ୍ୟତମ। କେବଳ ନିଜ ବ୍ୟାଟିଂ ପାଇଁ ନୁହେଁ, ଫିଟନେସ୍‌ରେ ମଧ୍ୟ ସେ ଅନ୍ୟ ଖେଳାଳିଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ନିଜକୁ ଫିଟ୍‌ ରଖିବା ପାଇଁ ସେ ଗତବର୍ଷଠାରୁ ଶାକାହାରୀ ହେବାର ନିଷ୍ପତ୍ତି ନେଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ୍‌ ଜିତିବା ପରେ କୋହଲି ବୁଧବାର ଏକ ଟୁଇଟ୍‌ କରି ସେ ଏହା କହିଛନ୍ତି। ନେଟଫ୍ଲିକ୍ସ ଶୋ’ ଗେମ୍‌ ଚେଞ୍ଜର ଦେଖିବା ପରେ ବିରାଟ କହିଛନ୍ତି, ଶାକାହାରୀ ହେବା ପରେ ଡାଏଟ୍‌କୁ ନେଇ ମୋର ଯେଉଁ ଚିନ୍ତାଧାରା ଥିଲା ତାହା କେବଳ କଳ୍ପନା ଥିଲା। ଏଭଳି ଡକ୍ୟୁମେଣ୍ଟାରୀ ଦେଖି ମୋତେ ଯାହା ଅନୁଭବ ହେଉଛି ତାହା ଆଗରୁ କେବେ ହୋଇ ନ ଥିଲା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗେମ୍‌ ଚେଞ୍ଜର ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ଥିଲା। ଏଥିରେ ଜେମ୍ସ କେମରୁନ୍‌, ଜ୍ୟାକି ଚାନ୍‌ ଏବଂ ଅର୍ନାଲ୍ଡ ଶ୍ୱାର୍ଜନେଗର ପ୍ରମୁଖ ଅଭିନୟ କରିଥିଲେ।ଏହି ଫିଲ୍ମରେ ଶାକାହାରୀ ଭୋଜନ ଦ୍ୱାରା ଖେଳାଳିଙ୍କ ଲାଭ ବିଷୟରେ କୁହାଯାଇଛି।

Share