Categories: ଖେଳ

ଶାକିବ ଶ୍ରେଷ୍ଠ ଦିନିକିଆ ଅଲ୍‌ରାଉଣ୍ଡର

ଦୁବାଇ, ୨୩।୫- ଆଇସିସି ବିଶ୍ୱକପ୍‌ ଆରମ୍ଭ ହେବାକୁ ଆଉ ଗୋଟିଏ ସପ୍ତାହରୁ କମ୍‌ ସମୟ ଥିବାବେଳେ ବାଂଲାଦେଶ ଅଲ୍‌ରାଉଣ୍ଡର ଶାକିବ ଅଲ୍‌ ହାସାନ ଶ୍ରେଷ୍ଠ ଦିନିକିଆ ଅଲ୍‌ରାଉଣ୍ଡର ମାନ୍ୟତା ଲାଭ କରିଛନ୍ତି। ବୁଧବାର ଆଇସିସି ପକ୍ଷରୁ ପ୍ରକାଶିତ ଦିନିକିଆ ଅଲ୍‌ରାଉଣ୍ଡର ତାଲିକାରେ ଆଫଗାନିସ୍ତାନର ରଶିଦ ଖାଁଙ୍କୁ ହଟାଇ ଶାକିବ ଏକ ନମ୍ବର ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆୟର୍ଲାଣ୍ଡରେ ସଦ୍ୟ ସମାପ୍ତ ତ୍ରି-ରାଷ୍ଟ୍ରୀୟ ସିରିଜରେ ୩୨ ବର୍ଷୀୟ ଶାକିବ ୧୪୦ ରନ କରିବା ସହ ୨ଟି ଉଇକେଟ୍‌ ଅକ୍ତିଆର କରିଥିଲେ। ଏହି ଅଲ୍‌ରାଉଣ୍ଡ ପ୍ରଦର୍ଶନ ଲାଗି ଶାକିବଙ୍କ ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତୀ ଘଟିଛି। ଅଲ୍‌ରାଉଣ୍ଡ ତାଲିକାରେ ଶାକିବଙ୍କୁ ୩୫୯ ପଏଣ୍ଟ ମିଳିଥିବାବେଳେ ୨ୟ ସ୍ଥାନରେ ରହିଥିବା ରଶିବ ୨୦ ପଏଣ୍ଟ ପଛରେ ରହିଛନ୍ତି। ଅନ୍ୟତମ ଆଫଗାନିସ୍ତାନ କ୍ରିକେଟର ମହମ୍ମଦ ନବି (୩୧୯ ପଏଣ୍ଟ) ଏହି ତାଲିକାର ୩ୟ ସ୍ଥାନରେ ରହିଛନ୍ତି। ଟପ୍‌-୧୦ ଅଲ୍‌ରାଉଣ୍ଡର ତାଲିକାରେ କୌଣସି ଭାରତୀୟ କ୍ରିକେଟର ସ୍ଥାନ ପାଇନାହାନ୍ତି।

Share