Categories: ଗଞ୍ଜାମ

ଶାଗୁଆନ ପଟା ସହ ଅଟୋ ଜବତ, ଚାଳକ ଫେରାର

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗଁ। ,୪।୭(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଶାଗୁଆନ କାଠପଟା ବୋଝେଇ ଅଟୋକୁ ବନ ବିଭାଗ ଜବତ କରିଛି । ଘଟଣାସ୍ଥଳରୁ ଚାଳକ ଫେରାର ହୋଇଯାଇଛନ୍ତି। ପ୍ରକାଶ ଯେ, ଏକ ଡାଲା ଅଟୋ ନଂ.ଓଆର-୦୭ଏସ-୭୨୦୨ରେ ପ୍ରାୟ ୧୮ଖଣ୍ଡ ଶାଗୁଆନ କାଠପଟା ଚୋରାଚାଳଣ ହେଉଥିଲା। ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବନବିଭାଗ କର୍ମଚାରୀଙ୍କୁ ଦେଖି ଅଟୋ ଚାଳକ ଗାଡି ଛାଡି ଫେରାର ହୋଇଯାଇଥିବା ବନାଞ୍ଚଳ ଅଧିକାରୀ ଲଳିତ ମୋହନ ନାୟକ କହିଛନ୍ତି। ବନାଞ୍ଚଳ ଅଧିକାରୀଙ୍କ ସମେତ ବନପାଳ ନବୀନକିଶୋର ମଲ୍ଲିକ ଏବଂ ଆଣ୍ଟିସ୍ମଗଲିଙ୍ଗ ସ୍କ୍ବାଡ ମିଳିତ ଭାବେ ପୁଇଗୁଡ଼ା ଅଞ୍ଚଳରେ ରାତ୍ର ପାଟ୍ରୋଲିଂ କରୁଥିବାବେଳେ ଧରାପଡିଥିବା ବନାଞ୍ଚଳ ଅଧିକାରୀ ନାୟକ କହିଛନ୍ତି। ନ.୧/୨୦୧୯-୨୦ରେ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।