ଶାଢ଼ିରେ ସ୍ଲିମ୍‌

ଶାଢ଼ି ପିନ୍ଧି ସ୍ଲିମ୍‌ ଦେଖାଯିବା ପାଇଁ ହେଲେ ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେବାକୁ ହେବ। ବଡ଼ିଟାଇପ୍‌, ଶାଢିର ରଙ୍ଗ, ଶାଢିର ପ୍ରିଣ୍ଟ ଓ ପ୍ୟାଟର୍ନ ଆଦି ସବୁ ଦିଗ ପ୍ରତି ନଜର ଦେବାକୁ ପଡ଼ିଥାଏ।

ହାଲ୍‌କା ଫେବ୍ରିକ୍‌
ଶାଢିର ଫେବ୍ରିକ୍‌ ସବୁବେଳେ ବଡ଼ି ଟାଇପ୍‌ ଅନୁସାରେ ହେବା ଉଚିତ। ଆପଣ ଯଦି ସ୍ଲିମ୍‌ ଦେଖାଯିବାକୁ ଚାହାନ୍ତି ତେବେ ହାଲ୍‌କା ଫେବ୍ରିକ୍‌ ଶାଢି ପିନ୍ଧନ୍ତୁ। ସାଉଥ୍‌ ସିଲ୍କ, ବନାରସି ଶାଢି, ସୂତା ଶାଢି ଓ ପଟୋଲା ଶାଢି ଭାରି ହେବା କାରଣରୁ ଶାରୀରିକ ଗଢଣ ମୋଟା ଦେଖାଯାଇଥାଏ।
ମୋଟା ପ୍ରିଣ୍ଟ ଶାଢି
ଛୋଟ ପ୍ରିଣ୍ଟ ଶାଢିରେ ସ୍ଲିମ୍‌ ଦେଖାଯିବେ କିନ୍ତୁ ମୋଟା ପ୍ରିଣ୍ଟ ଶାଢିରେ ସାଧାରଣତଃ ମୋଟା ଦେଖାଯାଏ। ତେଣୁ ସ୍ଲିମ୍‌ ଦେଖାଯିବା ପାଇଁ ସିଫନ୍‌, ଜର୍ଜେଟ୍‌ ଓ କ୍ରେପ ଶାଢି ପିନ୍ଧିପାରିବେ।
ଲଙ୍ଗ୍‌ ସ୍ଲିଭ୍‌ ବ୍ଲାଉଜ୍‌
କିଛି ମହିଳା ମୋଟା ହୋଇଥିବାରୁ ଶାଢି ପିନ୍ଧନ୍ତି ନାହିଁ। କିନ୍ତୁ ଏ କ୍ଷେତ୍ରରେ ଆପଣ ସଟ୍‌ ସ୍ଲିଭ୍‌ ବ୍ଲାଉଜ୍‌ ବଦଳରେ ଲଙ୍ଗ୍‌ ସ୍ଲିଭ୍‌ ବ୍ଲାଉଜ୍‌ ପିନ୍ଧନ୍ତୁ।
ଡାର୍କ କଲର
ଡାର୍କ କଲର ଶାଢି ପିନ୍ଧିଲେ ବି କେତେକାଂଶରେ ସ୍ଲିମ୍‌ ଦେଖାଯାନ୍ତି। ତେଣୁ ବ୍ରାଉନ୍‌, ବ୍ଲାକ, ରେଡ୍‌ ଓ ବ୍ଲୁ ରଙ୍ଗର ଶାଢି ପିନ୍ଧିଲେ ସ୍ଲିମ୍‌ ଦେଖାଯିବେ।
ପତଳା ବର୍ଡର
ସ୍ଲିମ୍‌ ଦେଖାଯିବାକୁ ଚାହୁଁଥିଲେ ପତଳା ବର୍ଡର ଶାଢି ପିନ୍ଧନ୍ତୁ। ମୋଟା ବର୍ଡର ଥିବା ଶାଢି ପିନ୍ଧନ୍ତୁ ନାହିଁ।
ଠିକ୍‌ ଭାବରେ ପିନ୍ଧନ୍ତୁ
ଠିକ୍‌ ଭାବରେ ଶାଢି ପିନ୍ଧି ଠିକ୍‌ ଢଙ୍ଗରେ ପିନ୍‌ ଅପ୍‌ କରିଲେ ସ୍ଲିମ୍‌ ଦେଖାଯିବେ। ଏହା ସହିତ ଶାଢିକୁ ଢିଲାରେ ପିନ୍ଧନ୍ତୁ ନାହିଁ।
ହେୟାରଷ୍ଟାଇଲ୍‌
କମ୍‌ ଉଚ୍ଚତାର ମହିଳାମାନେ ଶାଢିରେ ସବୁବେଳେ ପକ୍‌ କିମ୍ବା ବନ୍‌ ହେୟାରଷ୍ଟାଇଲ୍‌ କରନ୍ତୁ, ସ୍ଲିମ୍‌ ଦେଖାଯିବେ।