ଶାଢ଼ି ଫ୍ୟାଶନ୍‌

ଶାଢ଼ି ଗେଟ୍‌ଅପ୍‌ ପ୍ରତିଟି ଅକେଜନ ପାଇଁ ପରଫେକ୍ଟ ଲାଗିବା ସହ ପର୍ସନାଲିଟିକୁ ଦ୍ୱିଗୁଣିତ କରିଥାଏ। ତେବେ ଯୁଗ ବଦଳିବା ସହ ଏବେ ଶାଢି ନୂଆ ରୂପରେ ଆସିଲାଣି। ପଲୁ, ବର୍ଡର ଏବଂ ପ୍ଲିଟ୍‌ସରେ ଏହା ଲାଗୁଛି ଆହୁରି ଆକର୍ଷକ। ତେବେ ପର୍ସନାଲିଟିକୁ ମ୍ୟାଚ୍‌ କଲାଭଳି ଶାଢି ଚୟନ କରିବା ଜରୁରୀ। ଯଦି ବାହାଘର, ପାର୍ଟି କିମ୍ବା ଫଙ୍କ୍‌ଶନ ପାଇଁ ଏହି ଶାଢ଼ି ବାଛୁଛନ୍ତି ତେବେ ଜାଣି ରଖନ୍ତୁ ନିମ୍ନୋକ୍ତ କିଛି ଟିପ୍ସ…

ଜ୍ୟୋମେଟ୍ରିକାଲ ପ୍ରିଣ୍ଟ
ଫ୍ଲୋରାଲ୍‌, ଚେକ୍‌ ଏବଂ ବାନ୍ଧନୀ ପ୍ରିଣ୍ଟ ବ୍ୟତୀତ ଜ୍ୟୋମୋଟ୍ରିକାଲ୍‌ ପ୍ରିଣ୍ଟ ଶାଢ଼ିର ଏବେ ରହିଛି ଡିମାଣ୍ଡ। ସିଫନ୍‌, ଜର୍ଜେଟ୍‌ ଏବଂ ସିଲ୍କ ଭଳି କମ୍ଫର୍ଟେବଲ୍‌ ଏବଂ ଷ୍ଟାଇଲିସ୍‌ ଫ୍ୟାବ୍ରିକ୍‌ରେ ଏହା ମାର୍କେଟରେ ମିଳୁଛି। କଲେଜ ହେଉକି ଅଫିସ, ଉଭୟ ସ୍ଥାନରେ ଷ୍ଟାଇଲିସ୍‌ ଲୁକ୍‌ ପାଇଁ ଏହି ଶାଢ଼ି ହିଁ ବେଷ୍ଟ ଅପ୍ସନ।
ଷ୍ଟାଇଲିସ ବର୍ଡର
ପ୍ଲେନ୍‌ ସିଲ୍କ ଶାଢ଼ି ହେଉ ଅବା କଟନ୍‌, ଉଭୟର ବର୍ଡର ଓ ପାଟର୍ନ ଅଲଗା ଅଲଗା ଓ ଷ୍ଟାଇଲିସ ହେବା ଦରକାର। ବିବାହ, ପାର୍ଟି ବ୍ୟତୀତ ଯେକୌଣସି ସ୍ଥାନକୁ ଗଲେ ଆପଣ ଏହି ଶାଢ଼ିକୁ ପିନ୍ଧିପାରିବେ।
ଫ୍ରିଞ୍ଜ, ରଫଲ୍‌, ଟ୍ୟାସଲ୍‌ ବର୍ଡର
ପୂର୍ବେ ଫ୍ରିଞ୍ଜ, ରଫଲ୍‌ ପାଟର୍ନ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ରେ ଦେଖିବାକୁ ମିଳୁଥିଲା। ହେଲେ ଏବେ ଟ୍ରାଡିଶନାଲ୍‌ ଓ୍ବେର୍‌କୁ ଷ୍ଟାଇଲିଶ୍‌, ଓ କ୍ଲାସି ଲୁକ୍‌ ଦେବା ପାଇଁ ଏହାକୁ ବ୍ୟବହାର କରାଯାଉଛି। ଶାଢ଼ିର ପଲୁ ଏବଂ ବର୍ଡରରେ ୟୁନିକ୍‌ ଲୁକ୍‌ ପାଇଁ ଫ୍ରିଞ୍ଜ ଓ ଟ୍ୟାସଲ୍‌ର ଅଧିକ ଡିମାଣ୍ଡ ରହିଛି।
ବିନା ପ୍ଲିଟ୍‌ସରେ ଶାଢ଼ି
ଏଥନିକ୍‌ ଏବଂ ଓ୍ବେଷ୍ଟର୍ନ ଉଭୟ ଲୁକ୍‌ ପାଇଁ ଏହି ଶାଢ଼ିକୁ ଆପଣ ଓ୍ବାର୍ଡରୋବ୍‌ରେ ସାମିଲ କରିପାରିବେ।