ଶାଢି ପିନ୍ଧିବାରେ କୌଣସି ଅସୁବିଧା ନାହିଁ

ଅଭିନେତା ଅକ୍ଷୟ କୁମାର ୨୦୧୯ରେ ଅନେକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ। ୨୦୨୦ରେ ମଧ୍ୟ ତାଙ୍କ ଅଭିନୀତ ଅନେକ ଫିଲ୍ମ ପରଦାକୁ ଆସିବ। ପୃଥୀରାଜ୍‌, ସୂର୍ଯ୍ୟବଂଶୀ, ବଚ୍ଚନ ପାଣ୍ଡେ ଏବଂ ଲକ୍ଷ୍ମୀ ବମ୍‌ ଭଳି ବଡ ବଡ ବ୍ୟାନରର ଫିଲ୍ମ ଅକ୍ଷୟଙ୍କ ହାତରେ ରହିଛି। ଏହିସବୁ ଫିଲ୍ମରେ ଅକ୍ଷଙ୍କୁ ଭିନ୍ନ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। କେଉଁ ଫିଲ୍ମରେ ପୋଲିସବାଲା ଚରିତ୍ରରେ ତ ଆଉ କେଉଁ ଚଳଚ୍ଚିତ୍ରରେ ଟ୍ରାନ୍ସଜେଣ୍ଡର ଭୂମିକାରେ ନଜର ଆସିବେ ଅକ୍ଷୟ। ସବୁ ଫିଲ୍ମ ପାଇଁ ତାଙ୍କୁ କଡା ପରିଶ୍ରମ କରିବାକୁ ପଡିଛି ବୋଲି ସେ କହିଛନ୍ତି। ଫିଲ୍ମ ଲକ୍ଷ୍ମୀ ବମ୍‌ରେ ସେ ଜଣେ ଟ୍ରାନ୍ସଜେଣ୍ଡର ଭୂତ ରୂପରେ ନଜର ଆସିବେ। ଫିଲ୍ମର ପ୍ରଥମ ପୋଷ୍ଟରରେ ଅକ୍ଷୟ ଶାଢି ଏବଂ କାଜଲ, ବିନ୍ଦି ଲଗାଇଥିବାର ଦେଖାଯାଇଛି। ଶାଢି ପିନ୍ଧିବାରେ କୌଣସି ଅସୁବିଧା ନାହିଁ। ଏହା ପିନ୍ଧିବାକୁ ଆରାମଦାୟକ ବୋଲି ଅକ୍ଷୟ ଏକ ସାକ୍ଷାତକାରରେ କହିଛନ୍ତି।

Share