ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କର: ଚାଇନା

ଜାତିସଂଘ,୧୭ା୮(ପି.ଟି.) : ଭାରତ ଓ ପାକିସ୍ତାନ ଶାନ୍ତିପୂର୍ଣ୍ଣ ଉପାୟରେ କଶ୍ମୀର ପ୍ରସଙ୍ଗର ସମାଧାନ କରନ୍ତୁ ବୋଲି ୟୁଏନ୍‌ଏସ୍‌ସି ରୁଦ୍ଧଦ୍ୱାର ବୈଠକ ପରେ ଚାଇନା ପରାମର୍ଶ ଦେଇଛି। ଜାତିସଂଘରେ ଚାଇନାର ଆମ୍ବାସାଡର ଝାଙ୍ଗ ଜୁନ୍‌ ଗଣମାଧ୍ୟମକୁ କହିଛନ୍ତି, କଶ୍ମୀର ପ୍ରସଙ୍ଗରେ ଦୁଇପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ଉତ୍ତେଜନା ବୃଦ୍ଧି ପାଇବ। ତେଣୁ ଭାରତ ଓ ପାକିସ୍ତାନ ଶାନ୍ତି ବଜାୟ ରଖିବା ପାଇଁ ‘ଶୂନ୍ୟରାଶି ଖେଳ ମାନସିକତା’ ଛାଡ଼ନ୍ତୁ। ସେହିପରି ଜମ୍ମୁ-କଶ୍ମୀରକୁ ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ଭାବେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ଭାରତର ଏହି ପଦକ୍ଷେପ ଚାଇନାର ସାର୍ବଭୌମ ସ୍ବାର୍ଥକୁ ଚ୍ୟାଲେଞ୍ଜ କରିବା ସହ ସୀମାରେ ଶାନ୍ତି ଓ ସ୍ଥିରତା ପାଇଁ ଦ୍ୱିପାକ୍ଷିକ ରାଜିନାମାର ଉଲ୍ଲଂଘନ କରିଛି। ଭାରତର ଏପରି ଏକତରଫା ଓ ଅବୈଧ କାର୍ଯ୍ୟକୁ ଚାଇନା ଗ୍ରହଣ କରିବ ନାହିଁ।

Share