ଶାନ୍ତିବାର୍ତ୍ତା ଲାଗି ୨ଶହରୁ ଅଧିକ ତାଲିବାନ୍‌ କଏଦୀଙ୍କୁ ମୁକ୍ତ କରିବ ଆଫଗାନୀସ୍ତାନ

କାବୁଲ,୧୧।୬: ଆଫଗାନୀସ୍ତାନରେ ଶାନ୍ତି ସ୍ଥାପନ ପାଇଁ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର ଏବଂ ତାଲିବାନ ମଧ୍ୟରେ ଶାନ୍ତିବାର୍ତ୍ତା ଲାଗି ଉଦ୍ୟମ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଖୁବ୍‌ ଶୀଘ୍ର ୨ ଶହରୁ ଅଧିକ ତାଲିବାନ୍‌ କଏଦୀଙ୍କୁ ମୁକ୍ତ କରିବାକୁ ଆଫଗାନୀସ୍ତାନ ସରକାର ଯୋଜନା କରିଛନ୍ତି। ଦେଶରେ ପୁଲ୍‌-ଇ-ଚରଖି ଜେଲ୍‌ରେ ୧୭୦ ତାଲିବାନ କଏଦୀ ଥିବାବେଳେ ଅନ୍ୟ ଜେଲ୍‌ରେ ମଧ୍ୟ ତାଲିବାନ ସଦସ୍ୟଙ୍କୁ ବନ୍ଦୀ ଭାବେ ରଖାଯାଇଛି। ଏହାଦ୍ୱାରା ଗତ ଦୁଇ ଦଶନ୍ଧି ଧରି ଆଫଗାନୀସ୍ତାନରେ ଚାଲିଥିବା ଗୃହଯୁଦ୍ଧର ଅବସାନ ଘଟିବ ବୋଲି ସରକାର ଆଶାବ୍ୟକ୍ତ କରିଛନ୍ତି।

Share