ଶାନ୍ତିଶୃଙ୍ଖଳାରେ ସାନି ମତଦାନ ଲାଗି ପୂର୍ବାଞ୍ଚଳ ଡିଆଇଜିଙ୍କୁ ଭେଟିଲେ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

ବାଲେଶ୍ୱର ଅଫିସ,୧୭।୫: ବାଲେଶ୍ୱର ଜିଲା ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀର ୧୮୭ ଓ ୧୮୯ ନମ୍ବର ବୁଥ୍‌ରେ ମତଦାନରେ ଅନିୟମିତତା ହୋଇଥିବା କଂଗ୍ରେସ ପକ୍ଷରୁ ଜିଲା ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କ ନିକଟରେ ଗତ ଏପ୍ରିଲ ୩୦ ତାରିଖରେ ଅଭିଯୋଗ ହୋଇଥିଲା। ଆସନ୍ତା ୧୯ ତାରିଖରେ ଏହି ଦୁଇଟି ବୁଥ୍‌ରେ ସାନି ନିର୍ବାଚନ ଲାଗି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଦୁଇ ବୁଥ୍‌ରେ ଲୋକସଭା ପ୍ରାର୍ଥୀ ଏବଂ ଜଳେଶ୍ୱର ବିଧାନସଭା ପ୍ରାର୍ଥୀଙ୍କ ପାଇଁ ସାନି ମତଦାନ କରାଯିବ। ଏହାକୁ ଅବାଧ ଓ ଶାନ୍ତିଶୃଙ୍ଖଳାରେ କରାଯିବା ପାଇଁ କଂଗ୍ରେସ ଏମ୍‌ପି ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଶୁକ୍ରବାର ପୂର୍ବାଞ୍ଚଳ ଡିଆଇଜି ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ଭେଟି ବିଭିନ୍ନ ଦିଗରେ ଆଲୋଚନା କରିଥିଲେ। ସାକ୍ଷାତ୍‌ ସମୟରେ ଜିଲା କଂଗ୍ରେସ ଉପଦେଷ୍ଟା ହରମୋହନ ଦାସ, ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ତଥା ମିଡ଼ିଆ କୋଡ଼ିନେଟର ଦେବଦତ୍ତ ଦାସ ଉପସ୍ଥିତ ଥିଲେ।

Share