Categories: ଜାତୀୟ

ଶାନ୍ତ ରହିବାକୁ ଦିଲ୍ଲୀବାସୀଙ୍କୁ ନିବେଦନ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୭।୧୨: ସାରାଦେଶରେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ହିଂସାତ୍ମକ ପରିସ୍ଥିତି ଦେଖାଦେଇଛି। ବିଶେଷତଃ ଦିଲ୍ଲୀରେ ଏହାର ବହୁଳ ଭାବେ ବିରୋଧ ପ୍ରଦର୍ଶନ କରାଯାଉଛି। ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା ହିଂସା ପରେ ମଙ୍ଗଳବାର ଦିଲ୍ଲୀ ଜାଫରାବାଦରେ ସିଏଏ ହିଂସା ଉଗ୍ରରୂପ ଧାରଣ କରିଛି। ପ୍ରଦର୍ଶନକାରୀମାନେ ପୋଲିସଙ୍କ ଉପରେ ପଥରମାଡ଼ କରିବା ସହ କେତେକ ଗାଡିକୁ ଭଙ୍ଗାରୁଜା କରିଛନ୍ତି। ଯାହାକୁ ଦେଖି ରାଜ୍ୟର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଦିଲ୍ଲୀବାସୀଙ୍କୁ ଶାନ୍ତ ରହିବାକୁ ନିବେଦନ କରିଛନ୍ତି। ଏନେଇ କେଜରିଓ୍ବାଲ ଏକ ଟୁଇଟ କରିଛନ୍ତି। ସେ ଦିଲ୍ଲୀବାସୀଙ୍କୁ ଶାନ୍ତି ରଖିବା ପାଇଁ ନିବେଦନ କରିବା ସହ ଏକ ସଭ୍ୟ ସମାଜରେ ଏଭଳି ହିଂସାକୁ ସହ୍ୟ କରାଯିବ ନାହିଁ ବୋଲି କହିଛନ୍ତି। ଏଥିରୁ କାହାକୁ କିଛି ହାସଲ ହେଉ ନ ଥିବା ବେଳେ ଜାତୀୟ ସମ୍ପତ୍ତି ନଷ୍ଟ ହେଉଛି। ସରକାରଙ୍କ ପାଖରେ ନିଜ କଥାକୁ ଶାନ୍ତି ଜରିଆରେ ମଧ୍ୟ ଉପସ୍ଥାପନ କରାଯାଇପାରିବ ବୋଲି କେଜରିଓ୍ବାଲ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

Share