ଶାବଳରେ ଭୁସି ବୃଦ୍ଧ ବାପାଙ୍କୁ ହତ୍ୟା, ଅଭିଯୁକ୍ତ ପୁଅ ଫେରାର

ଚୌଦ୍ୱାର,୧୭।୫(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ସଫା ପଞ୍ଚାୟତର ଆଦିବାସୀ ବହୁଳ କଙ୍କାଳି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମରେ ପୁଅ ଶାବଳ ଭୁସିଦେବା ହେତୁ ବାପାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ରାଉତ ହେମ୍ରମ( ୬୦)।

ପୋଲିସ ସୂଚନା ଅନୁଯାୟୀ, ରାଉତ ଘରେ ଥିବା ବେଳେ କୌଣସି କାରଣକୁ ନେଇ ପୁଅ ମାଣିକଙ୍କ ସହିତ ତାଙ୍କର ବଚସା ହୋଇଥିଲା। ଏଥିରେ ମାଣିକ ଉତକ୍ଷିପ୍ତ ହୋଇ ପାଖରେ ପଡିଥିବା ଏକ ଶାବଳରେ ରାଉତଙ୍କ ଛାତିକୁ ଭୁସି ଦେଇଥିଲା। ଫଳରେ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ରାଉତଙ୍କ ମୃତ୍ୟୁ ହୋଇଥିଲା। ଚୌଦ୍ୱାର ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି। ଘଟଣାସ୍ଥଳରୁ ମାଣିକ ଫେରାର ହୋଇଯାଇଥିବା ପୋଲିସ କହିଛି ।

Share