Posted inଖେଳ

ଶାରଜା ଅନ୍‌ଲାଇନ୍‌ ଚେସ୍:‌ ହରିକ୍ରିଷ୍ଣା ରନର୍ସଅପ୍‌

ଚେନ୍ନାଇ, ୧୫।୬(ପି.ଟି.)-  ଶାରଜା ଅନ୍‌ଲାଇନ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ଭାରତୀୟ ଗ୍ରାଣ୍ଡମାଷ୍ଟର ପି. ହରିକ୍ରିଷ୍ଣା ରନର୍ସଅପ୍‌ ହୋଇଛନ୍ତି। ଅନ୍ତିମ ରାଉଣ୍ଡରେ ପୋଲାଣ୍ଡ ଗ୍ରାଣ୍ଡମାଷ୍ଟର ରାଦୋସ୍ଲା ଓଜାସେକ୍‌ଙ୍କଠାରୁ ହାରିଥିବା ହରିକ୍ରିଷ୍ଣା ୬.୫ ପଏଣ୍ଟ ପାଇ ପ୍ରତିଯୋଗିତା ଶେଷ କରିଛନ୍ତି। ପୂର୍ବତନ ବିଶ୍ୱ ର଼୍ୟାପିଡ୍‌ ଚାମ୍ପିୟନ ତଥା ଟପ୍‌ ସିଡ୍‌ ଆଜରବୈଜାନର ଶାଖ୍ରିୟାର ମାମେଦ୍ୟାରୋଭ୧୦ ରାଉଣ୍ଡରୁ ୭.୫ ପଏଣ୍ଟ ହାସଲ କରି ଚାମ୍ପିୟନ ହୋଇଛନ୍ତି। ଡବଲ ରାଉଣ୍ଡ ରବିନ ଭିତ୍ତିକ ମୁକାବିଲାରେ ସେ ଅପରାଜେୟ ରହିଥିଲେ। ପୁରସ୍କାର ଆକାରରେ ମାମେଦ୍ୟାରୋଭ ୩,୦୦୦ ଆମେରିକୀୟ ଡଲାର ଏବଂ ହରିକ୍ରିଷ୍ଣା ୨,୨୫୦ ଆମେରିକୀୟ ଡଲାର ପାଇଛନ୍ତି। ୬ ପଏଣ୍ଟ ସହିତ ଓଜାସେକ୍‌ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଦ୍ୱିତୀୟ ଦିବସରେ ମାମେଦ୍ୟାରୋଭଙ୍କ ବିପକ୍ଷରେ ବିଜୟ ହାସଲ କରିବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲେ ସ୍ଥାନୀୟ ଖେଳାଳି ସାଲେମ ସାଲେହ। ହରିକ୍ରିଷ୍ଣା ଦ୍ୱିତୀୟ ରାଉଣ୍ଡରେ ତାଙ୍କଠାରୁ ପରାଜିତ ହୋଇଥିଲେ। ୮ମ ରାଉଣ୍ଡରେ ଦୁଇ ଟିପ୍‌ସିଡ୍‌ ଖେଳାଳିଙ୍କ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲା ଡ୍ର ରହିଥିଲା। ଫଳରେ ଟାଇଟଲ ଦୌଡ଼ରେ ହରିକ୍ରିଷ୍ଣା ରହିଥିଲେ। ୯ମ ରାଉଣ୍ଡରେ ସାଲେହଙ୍କୁ ହରାଇଥିବା ଏହି ଭାରତୀୟ ତାରକା ଶେଷ ରାଉଣ୍ଡରେ ହାରିଯିବାରୁ ସୁଯୋଗ ହାତଛଡ଼ା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଛାଡପତ୍ର ଖବର ମଧ୍ୟରେ ପ୍ରଥମ ଥର ମୁହଁ ଖୋଲିଲେ ଧନଶ୍ରୀ ବର୍ମା, କହିଲେ-”ମୋ ଚରିତ୍ର…”

ନୂଆଦିଲ୍ଲୀ,୮ା୧: ୟୁଜବେନ୍ଦ୍ର ଚହଲଙ୍କ ସହ ଛାଡପତ୍ର ଖବର ଉପରେ ଧନଶ୍ରୀ ଧର୍ମେନ୍ଦ୍ର ଶେଷରେ ନିରବତା ଭାଙ୍ଗିଛନ୍ତି। ଇନଷ୍ଟାଗ୍ରାମରେ ଏକ ଷ୍ଟୋରି ପୋଷ୍ଟ କରି ଧନଶ୍ରୀ ଭିତ୍ତିହୀନ...

ସମସ୍ତ ପ୍ରକାର ଫର୍ମଟରୁ ଅବସର ଘୋଷଣା କଲେ ମାର୍ଟିନ ଗୁପ୍ଟିଲ୍, ଭାରତ ମୁହଁରୁ ଛଡାଇ ନେଇଥିଲେ ବିଜୟ

ନୂଆଦିଲ୍ଲୀ,୮।୧: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଦୁର୍ଦଶ ବ୍ୟାଟର ମାର୍ଟିନ ଗୁପ୍ଟିଲ୍। ୩୮ ବର୍ଷୀୟ ଗୁପ୍ଟିଲ୍ ତାଙ୍କ ୧୪ ବର୍ଷର ଲମ୍ବା...

ଆମେରିକା ଚାହିଁଲେ ୨ ଘଣ୍ଟାରେ ଗ୍ରୀନଲାଣ୍ଡ ଉପରେ କରିପାରେ କବ୍ଜା, ପଢ଼ନ୍ତୁ ସ୍ବତନ୍ତ୍ର ରିପୋର୍ଟ…

ନ୍ୟୁୟର୍କ,୮।୧: ଗ୍ରୀନଲ୍ୟାଣ୍ଡକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ‘ଗ୍ରେଟର୍‌ ଆମେରିକା’ ମିଶନ ଏକ ନୂଆ ଆଲୋଡ଼ନ ସୃଷ୍ଟି କରିଛି। ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ...

କଟିବ ପାକିସ୍ତାନର ନାକ, ହାତରୁ ଚାଲିଯାଇପାରେ ଚାମ୍ପିଅନ୍ସ ଟ୍ରଫିର ଆୟୋଜକ କ୍ଷମତା…

ନୂଆଦିଲ୍ଲୀ,୮।୧: ଅଧାରେ ରହିପାରେ ପାକିସ୍ତାନ ଏବଂ ଏହାର କ୍ରିକେଟ ବୋର୍ଡ ପିସିବିର ଆଶା। କାରଣ ଦଳ ହାତରୁ ଚାମ୍ପିଅନ୍ସ ଟ୍ରଫି ଆୟୋଜକ ହେବାର କ୍ଷମତା ଚାଲିଯାଇପାରେ।...

କ୍ୟାରିୟର୍‌ର ସର୍ବଶ୍ରେଷ୍ଠ ର଼୍ୟାଙ୍କିଂ ହାସଲ କଲେ ଜସପ୍ରୀତ ବୁମ୍‌ରା

ନୂଆଦିଲ୍ଲୀ,୮।୧: ଆଇସିସି ର଼୍ୟାଙ୍କିଂରେ ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏବଂ ଜସପ୍ରୀତ ବୁମ୍‌ରା ଉପକୃତ ହୋଇଛନ୍ତି। ବୁମ୍‌ରା ଜୀବନର ଶ୍ରେଷ୍ଠ ର଼୍ୟାଙ୍କିଂ ହାସଲ...

୬ ମାସ ଯାଏ ଟିମ୍‌ରୁ ବାଦ୍‌ ପଡ଼ିପାରନ୍ତି ଜସପ୍ରିତ ବୁମ୍‌ରା

ନୂଆଦିଲ୍ଲୀ,୮।୧: ଚାମ୍ପିଅନ୍ସ ଟ୍ରଫି ଲାଗି ଜାନୁଆରୀ ୧୨ରେ ଦଳ ଘୋଷଣା ହେବ। ଏଥିରେ ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରା ଖେଳିବେ କି ନାହିଁ ସେନେଇ ପ୍ରଶ୍ନବାଚୀ...

ଜାଣିଶୁଣି ବୁମ୍‌ରାଙ୍କୁ ଉସ୍‌କାଇଥିଲି…ନିଜ ଭୁଲ୍‌ ମାନିଲେ ଅଷ୍ଟ୍ରେଲିୟ କ୍ରିକେଟର୍‌

ନୂଆଦିଲ୍ଲୀ,୮।୧: ଏକ ଦଶନ୍ଧି ପରେ ଅଷ୍ଟ୍ରେଲିଆ ଭାରତରୁ ବର୍ଡର-ଗାଭାସ୍କର ଟ୍ରଫି ଛଡ଼ାଇ ନେଇଛି। ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ ଅଧୀନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ...

ଫିଟ୍‌ ହୋଇଗଲେଣି, ତଥାପି NCAରେ କାହିଁକି ଅଛନ୍ତି ଶାମି? ପ୍ରଶ୍ନ ଉଠାଇଲେ ପଣ୍ଟିଂ-ଶାସ୍ତ୍ରୀ

ନୂଆଦିଲ୍ଲୀ,୭।୧: ଫିଟ୍‌ ହୋଇଗଲେଣି ଭାରତର ଦ୍ରୁତ ବୋଲର ମହମ୍ମଦ ଶାମି। ତଥାପି ତାଙ୍କୁ ଦଳରେ ନିଆଯାଉନାହିଁ। ନିକଟରେ ଶେଷ ହୋଇଥିବା ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri