ଶାରଦୀୟ ପାର୍ବଣ ପୂଜା ପାଇଁ ପ୍ରସ୍ତୁତି ବୈଠକ

କାକଟପୁର, ୧୪ା୯(ଡି.ଏନ୍‌.ଏ.): ପାଖେଇ ଆସୁଛି ଆଶ୍ୱୀନ ମାସ। ମା’ ମଙ୍ଗଳାଙ୍କ ଶାରଦୀୟ ପାର୍ବଣ ପୂଜା। ପୂଜା କିପରି ଶାନ୍ତି ଶୃଙ୍ଖଳାର ସହିତ ଶେଷ ହେବ ଏଥିନେଇ ଶୁକ୍ରବାର ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା। ମନ୍ଦିରର ଟ୍ରଷ୍ଟବୋର୍ଡ ସଭାପତି ତଥା ସ୍ଥାନୀୟ ତହସିଲଦାର ରୋଜିନା ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତୀକ ପଟ୍ଟନାୟକ, ସେବକସମିତିର ପ୍ରତିନିଧି, ପୂଜାପଣ୍ଡାମାନେ ଯୋଗଦାନ କରିଥିଲେ। ଆସନ୍ତା ୨୧ରେ ମା’ଙ୍କ ସହସ୍ରକୁମ୍ଭାଭିଷେକ ନୀତି ଅନୁଷ୍ଠିତ ହେବା ସହିତ ୨୯ରେ ମା’ଙ୍କ ନବପତ୍ରିକା ପୂଜା ଅନୁଷ୍ଠିତ ହେବ ବୋଲି ମନ୍ଦିର ପକ୍ଷରୁ ସୂଚନା ଦିଆଯାଇଥିଲା।

Share