ଶାରଳା ରୋଡ୍‌ ଲେବଲ କ୍ରସିଂରେ ଅଟକି ରହିଲା ଟ୍ରେନ

ତିର୍ତ୍ତୋଲ, ୨୧।୨ (ଡି.ଏନ୍‌.ଏ.): କଟକ-ପାରାଦୀପ ରେଳପଥର ତିର୍ତ୍ତୋଲ ଥାନା ଅଧୀନ ଝଙ୍କଡ଼ ଶାରଳା ରୋଡ ପିଏଚ୍‌ ନିକଟ ଲେଭଲକ୍ରସିଂଠାରେ ଗୁରୁବାର ଏକ ମାଲବାହୀ ଟ୍ରେନ ଅଟକି ରହିବା ଯୋଗୁ ଦେଢ଼ ଘଣ୍ଟା ଧରି ଏହି ଲାଇନ୍‌ରେ ରେଳ ଚଳାଚଳ ବ୍ୟାହତ ହେବା ସହ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଥିଲା। ଇଞ୍ଜିନ୍‌ ଅଚଳ ହୋଇଯିବା ଯୋଗୁ ମାଲ୍‌ବହୀ ଟ୍ରେନ୍‌ଟି ଅଟକି ରହିଥିଲା। ତେବେ ଲୋକମାନେ ଟ୍ରେନ୍‌ ବଗି ଉପରେ ଚଢ଼ି ଯିବାଆସିବା କରୁଥିବା ଦେଖାଯାଇଥିଲା। ପ୍ରକାଶ ଯେ, ଦିନ ସାଢ଼େ ୧ଟା ବେଳେ ପାରାଦୀପରୁ କଟକ ଅଭିମୁଖେ ଆସୁଥିବା ଏକ ମାଲ୍‌ବାହୀ ଟ୍ରେନ ଯାଉଥିବା ବେଳେ ଜଣେ ଯୁବତୀ ରେଳ ଧାରଣାରେ ମୁଣ୍ଡ ଦେଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ଏହାକୁ ଦୂରରୁ ଦେଖି ଟ୍ରେନ୍‌ ଚାଳକ ଜରୁରୀକାଳୀନ ବ୍ରେକ ମାରିଥିଲେ। ଏଥିରେ ଟ୍ରେନର ଇଞ୍ଜିନଟି ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ସହ ଟ୍ରେନଟି ଲାଇନ ଉପରେ ରହିଯାଇଥିଲା। ପ୍ରାୟ ଦେଢଘଣ୍ଟା ଧରି ଇଞ୍ଜିନ ସଜଡ଼ା ହେବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ଅସମ୍ଭାଳ ଭିଡ଼: ଠେଲାପେଲାର ଭାଙ୍ଗିଲେ ବ୍ୟାରିକେଡ୍‌

ଭୁବନେଶ୍ୱର,୧।୧: ନୂଆବର୍ଷରେ ପୁରୀରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ଲକ୍ଷାଧିକ ଭକ୍ତଙ୍କ ସମାଗମ ଯୋଗୁ ଠେଲାପେଲା ସ୍ଥିତି ସୃଷ୍ଟି ହୋଇଛି। ଲୋକେ ସିଂହଦ୍ବାର ସମ୍ମୁଖ ବ୍ୟାରିକେଡ...

ନୂଆବର୍ଷରେ ଅଘଟଣ: ଦୁନିଆକୁ ଜାଣିବା ପୂର୍ବରୁ ଲିଭିଗଲା ଜୀବନ ଦୀପ

କଟକ,୧।୧: କୁନି ଝିଅ ଉପରେ ମାଡ଼ିଗଲା ହାଇୱା। ଏଭଳି ଅଭାବନୀୟ ଘଟଣା ଘଟିଛି ଯୋବ୍ରା ବ୍ୟାରେଜ ନିକଟରେ। ବାଇକ୍‌କୁ ହାଇୱା ଧକ୍କା ଦେବା ଫଳରେ ଏଭଳି...

ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ: ମନ୍ଦିର-ଚର୍ଚ୍ଚରେ ପ୍ରବଳ ଭିଡ଼

ଦାରିଙ୍ଗବାଡି, ୧।୧ (ଅରୁଣ ସାହୁ): ଇଂରାଜୀ ନୂତନ ବର୍ଷ ବୁଧବାର ବଡ଼ ଧୁମଧାମରେ ପାଳନ କରାଯାଉଛି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡି, ସିମନବାଡି, ବ୍ରାହ୍ମଣୀଗାଁ,...

ଜିରୋ ନାଇଟ ସେଲିବ୍ରେଶନ ବେଳେ ବୁଲିଲା ଖଣ୍ଡା, ୨ ଗୁରୁତର

ବଲାଙ୍ଗୀର, ୧।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀନଗରପଡାରେ ଜିରୋ ନାଇଟ ସେଲିବ୍ରେଶନ ସମୟରେ ଖଣ୍ଡାରେ ଆକ୍ରମଣ ହୋଇଛି। ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।...

ଓଡ଼ିଶ ଫେରିଲା ଜିନତ୍‌ : ମଧ୍ୟ ରାତିରେ ଆସିଲା

ବାରିପଦା,୧।୧: ମଧ୍ୟରାତ୍ରିରେ ବାଘୁଣୀ ଜିନତ୍‌ ଓଡ଼ିଶା ଫେରିଛି। ପ୍ରାୟ ୪୮ ଘଣ୍ଟାଯାଏ କୋଲକାତାସ୍ଥିତ ଆଲିପୁର ପ୍ରାଣୀ ଉଦ୍ୟାନରେ ରହିଲା ଭିତରେ ତାର ସମସ୍ତ ପ୍ରକାର ସ୍ବାସ୍ଥ୍ୟଜନିତ...

ଚାଷୀଙ୍କ ସମସ୍ୟାକୁ ନେଇ ଏମିତି କହିଦେଲେ ନବୀନ

ପଟ୍ଟାମୁଣ୍ଡାଇ, ୧ା୧(କଳ୍ପତରୁ ନାୟକ):ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଙ୍ଗଳବାର ଦିନିକିଆ କେନ୍ଦ୍ରାପଡ଼ା ଜିଲା ଗସ୍ତରେ ଆସି ଅଦିନିଆ ବର୍ଷା ଯୋଗୁ...

ଚାଷୀଙ୍କ ଧାରଣାକୁ ପ୍ରଶାସନର ଅଣଦେଖା

ବରଗଡ଼,୧।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଅବ୍ୟବସ୍ଥା ଲାଗି ରହିଛି। ଜିଲାର ବିଭିନ୍ନ ମଣ୍ଡିକୁ ଚାଷୀମାନେ ଧାନ ଆଣୁଛନ୍ତି। କିନ୍ତୁ ଉକ୍ତ ଧାନକୁ...

ପାରାଗ୍ଲାଇଡିଂ, ପାରା ଲ୍ୟାଣ୍ଡିଂର ମଜା ନେଉଛନ୍ତି ପର୍ଯ୍ୟଟକ

କୋରାପୁଟ,୧ା୧(ଅମିତାଭ ବେହେରା):କୋରାପୁଟ ଜିଲା ସେମିଳିଗୁଡ଼ାର କୁନ୍ଦୁଲିରୁ କୋଟିଆ ଆଡ଼କୁ ଦେଓମାଳି ପର୍ବତ ରହିଛି। ସମୁଦ୍ର ପତ୍ତନଠାରୁ ୧୬୭୨ ମିଟର ଉଚ୍ଚତାରେ ଥିବା ଏହା ଓଡ଼ିଶାର ଉଚ୍ଚତମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri