ଶାରୀଶୁଆ ଖଣିରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌: ୫ ଖଣି ମାଫିଆଙ୍କୁ ବାନ୍ଧିଲା; ଟ୍ରକ୍‌, ଟ୍ରାକ୍ଟର ଜବତ

ଖଇରା,୨୩।୨(ଡି.ଏନ୍‌.ଏ.): କଟକ କ୍ରାଇମ ବ୍ରାଞ୍ଚର ଏକ ଟିମ୍‌ ରବିବାର ବାଲେଶ୍ବର ଜିଲା ଖଇରା ତହସିଲର ଶାରୀଶୁଆ ପାହାଡରେ ୧୪୪ ଧାରା ଥିବା ବିଭିନ୍ନ ଖଣିରେ ଚଢାଉ କରି ୫ ଖଣି ମାଫିଆଙ୍କୁ ଗିରଫ କରିଛିି ା ଏଥିସହ ଗୋଟିଏ ଟ୍ରକ୍‌ ସମେତ ୨ଟି ଟ୍ରାକ୍ଟର ଜବତ କରାଯାଇଛି ା ତଦନ୍ତ ପରେ ସମ୍ପୂର୍ଣ୍ଣ ବିବରଣୀ ଦିଆଯିବ ବୋଲି କ୍ରାଇମବ୍ରାଞ୍ଚ ଅଧିକାରୀମାନେ କହିଛନ୍ତି ା ଶାରୀଶୁଆ ପାହାଡରେ ୧୪୪ ଧାରା ଲାଗୁ ସତ୍ତ୍ୱେ ଖଇରା ରାଜସ୍ବ ଅଧିକାରୀ ଓ ଜିଲା ପ୍ରଶାସନକୁ ହାତ କରି ବହୁ ଖଣି ମାଫିଆ ବେଆଇନ ଭାବେ ରାତି ଅଧିଆ ବ୍ଲାଷ୍ଟିଂ କରିବା ସହ ଟନ ଟନ ପଥର ଉତ୍ତୋଳନ କରିଥିଲେ। ବିଶେଷ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଟିମ୍‌ ଶନିବାର ସନ୍ଧ୍ୟାରେ ପାହାଡରେ ଲୁଚି ରହିଥିଲେ। ରାତିରେ ପ୍ରଥମେ ୭୭ ନଂ. ଏବଂ ପରେ ପରେ ଅନ୍ୟ ଖଣିରେ ମାଫିଆମାନେ ଖଣି ଖୋଳା ଆରମ୍ଭ କରିବା ପରେ ୫ଜଣଙ୍କୁ ଧରିଥିଲେ। ରବିବାର ସକାଳେ ଖଇରା ତହସିଲଦାର ପ୍ରଦୀପ ସାହୁ ଓ ଆଇଆଇସି ସୁବ୍ରତ ବେହେରା ପହଞ୍ଚି ଟିମ୍‌ରେ ସାମିଲ ହୋଇଥିବା ସୂଚନା ମିଳିଛି।

Share