ଶାର୍ଦ୍ଦୁଳଙ୍କ ପ୍ରେମରେ ନେହା, ଖୁବ୍‌ଶୀଘ୍ର କରିପାରନ୍ତି ବିବାହ

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ କରିପାରନ୍ତି ବଲିଉଡ୍‌ ଅଭିନେତ୍ରୀ ନେହା ପେଡନସେ। ପ୍ରେମିକ ଶାର୍ଦ୍ଦୁଳ ସିଂଙ୍କୁ ସେ ନିର୍ବନ୍ଧ କରିଥିବା ଖବର ପ୍ରଚାରିତ ହେବା ପରେ ଏବେ ବିବାହକୁ ନେଇ ଅନେକ କିଛି ଚର୍ଚ୍ଚା ହେବାରେ ଲାଗିଛି। ତେବେ ନିର୍ବନ୍ଧ ଖବରକୁ ଏଡ଼ାଇ ଦେଇ ଶାର୍ଦ୍ଦୁଳଙ୍କୁ ଭଲ ପାଉଥିବା ସ୍ବୀକାର କରିଛନ୍ତି ନେହା। ଶାର୍ଦ୍ଦୁଳ ପେଶାରେ କ’ଣ କରନ୍ତି ତାହା କିନ୍ତୁ ଜଣାପଡ଼ିନାହିଁ। ସମୟ ଆସିଲେ ନେହା ନିଜେ ଏ ନେଇ ସମସ୍ତଙ୍କୁ ଜଣାଇବେ ବୋଲି କହିଛନ୍ତି। ନିଜର ଇନ୍‌ଷ୍ଟା ଆକାଉଣ୍ଟରେ ନେହା ଶାର୍ଦ୍ଦୁଳଙ୍କ ସହ କିଛି ଫଟୋ ଶେୟାର କରିଛନ୍ତି। ସେହିଭଳି ପ୍ରେମିକ ମଧ୍ୟ ନେହାଙ୍କ ଫଟୋକୁ ଛାଡ଼ିଛନ୍ତି। ଫଳରେ ଉଭୟଙ୍କ ନିର୍ବନ୍ଧ ସରିଥିବା ନେଇ ଚର୍ଚ୍ଚା ହେଉଛି।

Share