ଶାଲଓ୍ବାର କମିଜ୍‌ ଉପରେ ବ୍ଲେଜର ପିନ୍ଧି ଲୋକହସା ହେଲେ ପାକ୍‌ କ୍ୟାପଟେନ୍‌

ବକିଂଘମ୍‌,୩୧।୫: ପାକିସ୍ତାନ କିକ୍ରେଟ ଟିମ୍‌ର କ୍ୟାପଟେନ ସରଫରାଜ ଅହମ୍ମଦ ବକିଂଘମ୍‌ ପ୍ୟାଲେସରେ ମହାରାଣୀଙ୍କୁ ପାରମ୍ପରିକ ପୋଷାକ ପିନ୍ଧି ଭେଟିବାକୁ ଯାଇଥିଲେ। ଏହି ପୋଷାକ ପାଇଁ ତାଙ୍କୁ ଏବେ ଟ୍ରୋଲ ହେବାକୁ ପଡ଼ିଛି। ସୂଚନାଯୋଗ୍ୟ ଆଇସିସ ଓ୍ବାଲ୍ଡ କପ୍‌ ସମାରୋହ ପୂର୍ବରୁ ଅନ୍ତର୍ଜାତୀୟ ଟିମ୍‌ରୁ ୧୦ ଜଣ କ୍ୟାପଟେନ ବ୍ରିଟେନର ମହାରାଣୀ ଏଲିଜାବେଥ୍‌ଙ୍କୁ ଭେଟିବାକୁ ଯାଇଥିଲେ। ସବୁ ଟିମ୍‌ର କ୍ୟାପଟେନ ଫର୍ମାଲ ଡ୍ରେସ୍‌ରେ ଥିବା ବେଳେ ପାକିସ୍ତାନ କ୍ୟାପଟେନ ସରଫରାଜଙ୍କ କିନ୍ତୁ ପାରମ୍ପରିକ ପୋଷାକ ଉପରେ ବ୍ଲେଜର ପିନ୍ଧିଥିଲେ। ଏନେ ଟୁଇଟରରେ କିଛି ଲୋକ ତାଙ୍କୁ ଟ୍ରଲ କରିଥିବା ବେଳେ ଏହି ପାରମ୍ପରିକ ପରିଧାନକୁ ନେଇ କିଛି ଲୋକ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି। ଅପରପକ୍ଷରେ ଏହି ସମାଲୋଚନା ଉପରେ ପ୍ରତିକ୍ର୍ରିୟା ରଖିଛନ୍ତି ସରଫରାଜ। ସେ କହିଛନ୍ତି, ସଲଓ୍ବାର କମିଜ ତାଙ୍କର ପାରମ୍ପରିକ ପରିଧାନ ହୋଇଥିବା ବେଳେ ତାଙ୍କୁ ବୋର୍ଡ ପକ୍ଷରୁ ଏହି ପୋଷାକ ପିନ୍ଧିବାକୁ ନିର୍ଦ୍ଦେଶ ହୋଇଥିଲା। ତେଣୁ ସେ ରାଷ୍ଟ୍ରୀୟ ପରିଧାନକୁ ପ୍ରୋତ୍ସାହିତ କରିବା ପାଇଁ ଚେଷ୍ଟା କରିଥିଲେ। ଯେଉଁଠି ଅନ୍ୟ ଟିମ୍‌ର କ୍ୟାପଟେନ ଫର୍ମାଲ ପୋଷାକ ପିନ୍ଧିଥିଲେ ସେଠାରେ ସେ ପାରମ୍ପରିକ ପୋଷାକ ପିନ୍ଧି ନିଜକୁ ଗର୍ବ ଅନୁଭବ କରିଥିଲେ ବୋଲି କହିଛନ୍ତି ପାକିସ୍ତାନ କ୍ୟାପଟେନ୍‌।

Share