ଶାଳଗଣ୍ଡି ସହ ପିକ୍‌ଅପ୍‌ ଜବତ, ୩ ଗିରଫ

ଜମନକିରା,୨।୮(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ବାମରା ବନ୍ୟପ୍ରାଣୀ ବନଖଣ୍ଡସ୍ଥ ବଡ଼ରମା ରେଞ୍ଜ କାଣିବନ୍ଧଲି ରାସ୍ତାରେ ଗୁରୁବାର ବିଳମ୍ବିତ ରାତିରେ ଏକ ପିକ୍‌ଅପ୍‌ ସହ ୬ ଖଣ୍ଡ ଶାଳଗଣ୍ଡି ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଏମ୍‌.ଡି. ସମୀର, ଏସ୍‌. କେ.ରିଆଜ୍‌ ଏବଂ ଗୋପବନ୍ଧୁ ଡୁଙ୍ଗଡୁଙ୍ଗ।
ସୂଚନାଯୋଗ୍ୟ, ବଡ଼ରମା ବନ ବିଭାଗ ପକ୍ଷରୁ ରାତ୍ରିରେ ପାଟ୍ରୋଲିଂ ଚାଲିଥିବା ବେଳେ ମୁଣ୍ଢେନପାଲି ରେଞ୍ଜ କାଣିବନ୍ଧଲି ରାସ୍ତାରେ ଏକ ପିକ୍‌ଅପ୍‌ (ଓଡି ୧୫ ଏ ୬୪୭)ରେ ବେଆଇନ୍‌ ଭାବେ ଶାଳଗଣ୍ଡି ନିଆଯାଉଥିବା କୌଣସି ସୂତ୍ରରୁ ଖବର ମିଳିଥିଲା। ବଡ଼ରମା ରେଞ୍ଜର ନିଳାଦ୍ରୀନାଥ ସାହୁ, ଫରେଷ୍ଟର ଲେଖାରାଣୀ ମହାନନ୍ଦ, ଫରେଷ୍ଟଗାର୍ଡ଼ କୁମରମଣୀ କୁସୁମ, ସଞ୍ଜୀବ କିସାନଙ୍କ ସମେତ ସ୍ପେଶାଲ ସ୍କ୍ବାଡ ସାମିଲ ହୋଇ ଏହି ଚଢ଼ାଉ କରିଥିଲେ। ଏନେଇ ବଡ଼ରମା ରେଞ୍ଜରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

Share