ଶାଳଗାଁ ନିକଟରେ ରେଳ ଦୁର୍ଘଟଣା ଘଟଣା: ଆହତଙ୍କ ସୂଚନା ପାଇଁ ହେଲ୍ପଲାଇନ୍‌ ନଂ-୧୦୭୨ ଜାରି

କଟକ ଅଫିସ,୧୬।୧: କଟକ ନିର୍ଗୁଣ୍ଡି ଷ୍ଟେଶନ ନିକଟ ଶାଳଗାଁଠାରେ ଲୋକମାନ୍ୟ ତିଳକ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ସୂଚନା ପାଇଁ ଇଷ୍ଟକୋଷ୍ଟ ରେଲଓ୍ବେ ପକ୍ଷରୁ ହେଲ୍ପଲାଇନ୍‌ ନଂ ଜାରି କରାଯାଇଛିି। ସମ୍ପର୍କୀୟମାନେ ଯାତ୍ରୀଙ୍କ ବିଷୟରେ ୦୬୭୧-୧୦୭୨,୦୬୭୪-୧୦୭୨ ନଂରେ କଲ୍‌ କରି ଜାଣିପାରିବେ। ସେହିଭଳି ଭୁବନେଶ୍ୱର ମୁଖ୍ୟାଳୟ ଟୋଲ ଫ୍ରି ନଂ-୧୮୦୦ ୩୪୫୭୪୦୧, ୧୮୦୦ ୩୪୫୭୪୦୨ ଏବଂ ପୁରୀ ଷ୍ଟେଶନ-୦୬୭୫୨-୧୦୭୨ରେ ମଧ୍ୟ ସମସ୍ତ ସୂଚନା ମିଳିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share