ଶାଳୀ ବିବାହ ସ୍ଥିର ହୋଇଯିବାରୁ ଅଶ୍ଳୀଳ ଫଟୋ ଭାଇରାଲ ପାଇଁ ଧମକ ଦେଇ ଭିଣୋଇ ଗିରଫ

କଣ୍ଟାପଡା,୧୦।୧୨(ଡି.ଏନ୍‌.ଏ.): ଶାଳୀ ସହ ଘଟିଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଫଟୋକୁ ଭାଇରାଲ କରିଦେବାକୁ ଧମକ ଦେବା ଅଭିଯୋଗରେ ଓଲଟପୁର ପୋଲିସ ଅଭିଯୁକ୍ତ ଭିଣୋଇଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଏ ସଂକ୍ରାନ୍ତରେ ଓଲଟପୁର ଥାନାରେ ମାମଲା (ନଂ.୯୭/୧୯) ରୁଜୁ ହୋଇଛି। ଗିରଫ ଭିଣୋଇ ହେଲେ ପୁରୀ ଜିଲା ନିମାପଡା ଥାନା ଅନ୍ତର୍ଗତ ବାମନାଳ ଗ୍ରାମର ସୁରେଶ ଚନ୍ଦ୍ର ବେହେରା (୩୫)।

ସୂଚନାନୁଯାୟୀ, ସୁରେଶ ତାଙ୍କ ଶାଳୀକୁ ବୁଲାଇନେବା ବାହାନାରେ ତାଙ୍କ ଇଚ୍ଛା ବିରୋଧରେ ବଳାତ୍କାର କରିଆସୁଥିଲେ। ଏପରିକି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ କ୍ୟାମେରାରେ ଉଠାଇ ରଖୁଥିଲେ। ଘଟଣା ସମ୍ପର୍କରେ ବାହାରେ ପ୍ରକାଶ କଲେ ଫଟୋକୁ ଭାଇରାଲ କରିଦେବା ପାଇଁ ଧମକ ଦେଉଥିଲେ। ଇତିମଧ୍ୟରେ ଶାଳୀଙ୍କ ବିବାହ ଅନ୍ୟତ୍ର ଠିକ୍‌ ହୋଇଯିବା ପରେ ଏଥିରେ ରାଗିଯାଇ ସୁରେଶ କେତେକ ଫଟୋକୁ ସମ୍ପର୍କୀୟ ଭାଇଙ୍କ ହ୍ବାଟ୍ସଆପ୍‌କୁ ପଠାଇଥିଲେ। ଏପରିକି ଏହାକୁ ଭାଇରାଲ କରିଦେବାକୁ ଧମକ ଦେଇଥିଲେ। ଏନେଇ ଶାଳୀ ଓଲଟପୁର ଥାନାରେ ଏତଲା ଦେବା ପରେ ପୋଲିସ ଅଭିଯୁକ୍ତଙ୍କୁ ସୋମବାର ବାମନାଳରୁ ଗିରଫ କରିଥିଲେ। ଉଭୟଙ୍କ ଡାକ୍ତରୀ ମାଇନା ପରେ ମଙ୍ଗଳବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Share