ଶାଳ କାଠ ବୋଝେଇ ଟ୍ରାକ୍ଟର ଜବତ, ଚାଳକ ଫେରାର

ପରଜଙ୍ଗ,୩୦।୯(ଡି.ଏନ.ଏ)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଆମ୍ବପଳାସ ଗ୍ରାମ ନିକଟ ଜଙ୍ଗଲରୁ ସୋମବାର ବନ ବିଭାଗ ଏକ ଚୋରା ଶାଳ କାଠ ବୋଝେଇ ଟ୍ରାକ୍ଟରକୁ ଜବତ କରିଛି। ଏଥିସହିତ ଟ୍ରକ୍ଟରରୁ ୭୫ରୁ ଊର୍ଦ୍ଧ୍ୱ ଶାଳ କାଠ ଜବତ କରାଯାଇଛି।
ପ୍ରକାଶ ଯେ, ସୋମବାର ଉକ୍ତ ଅଞ୍ଚଳ ଦେଇ ପରଜଙ୍ଗ ଥାନା ଅଧିକାରୀ ବିଜୟ ହାଇବ୍ରୁ ଯାଉଥିବାବେଳେ ଏକ ଶାଳ କାଠ ବୋଝେଇ ଟ୍ରାକ୍ଟର (ଇଞ୍ଜିନ ନଂ.ଓଆର୧୯ ଏଲ ୭୭୦୩) ଓ ଡାଲା ନଂ( ୭୭୦୪ )କୁ ଅଟକାଇ ଥିଲେ। ତେବେ ଚାଳକ ଜଣକ ପୋଲିସକୁ ଦେଖି ଦୌଡି ପଳାଇବାରେ ସକ୍ଷମ ହୋଇଥିଲେ। ପରେ ଥାନାଅଧିକାରୀ ବନବିଭାଗକୁ କାଠ ଭର୍ତ୍ତି ଟ୍ରାକ୍ଟରକୁ ହସ୍ତାନ୍ତର କରିଥିଲେ। ଖବରପାଇ ମହାବିରୋଡ଼ ରେଞ୍ଜର ସୁବ୍ରତ କୁମାର ବେହେରା, ଡେପୁଟି ରେଞ୍ଜର ହରମୋହନ ନାୟକ ପ୍ରମୁଖ ପହଞ୍ଚି ଟ୍ରାକ୍ଟରକୁ ଜବତ କରିଛନ୍ତି। ଏ ନେଇ ଏକ ମାମଲା ରୁଜୁ କରାଯାଇଛି। ଏ ନେଇ ଡିହଡୋଳ ଫରେଷ୍ଟର ରାମଚନ୍ଦ୍ର ରାଉତ କହିଛନ୍ତି, ମଦ ବ୍ୟବସାୟୀମାନେ ଜଙ୍ଗଲରେ ଏହି ଗଛ ଗୁଡିକୁ ପ୍ରଥମେ ହାଣି ଦେଉଛନ୍ତି। ପରେ ଏହାକୁ ମଦ ରନ୍ଧା କାର୍ଯ୍ୟରେ ଲଗାଉଛନ୍ତି।