ଶାଶୁଘରେ ବିଷ ପିଇ ମହିଳା ମୃତ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ

କାଳିମେଳା,୨୩।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ଥାନା ଏମ୍‌ଭି-୬୬ ଗ୍ରାମରେ ବିଷ ପିଇବା ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ଶିବୁ ସରକାରଙ୍କ ସ୍ତ୍ରୀ ମୁକ୍ତି। ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।

ସୂଚନାନୁଯାୟୀ, କୌଣସି କାରଣକୁ ନେଇ ମୁକ୍ତି ମଙ୍ଗଳବାର ବିଷ ପିଇ ଦେଇଥିଲେ। ତାଙ୍କୁ ପରିବାରଲୋକେ ଏବଂ ଆତ୍ମୀୟ ଲୋକଙ୍କ ସହାୟତାରେ ପ୍ରଥମେ କାଲିମେଳା ସ୍ବାସ୍ଥ୍ୟକେନ୍ଦ୍ର ଓ ତା’ ପରେ ମାଲକାନଗିିରି ଜିଲା ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଜୟ ନଗର ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ମୃତଦେହ କାଲିମେଳା ସ୍ବାସ୍ଥ୍ୟେକେନ୍ଦ୍ରକୁ ଆଣି ବ୍ୟବଚ୍ଛେଦ କରାଇଛି। ଏଥିସହ ତଦନ୍ତ ଆରମ୍ଭ କରିଛି।