ଶାଶୁଙ୍କୁ ରକ୍ଷା କରିବାକୁ ଯାଇ ବୋହୂ ଖାଇଲେ ଖଣ୍ଡାଚୋଟ

ଆସିକା,୧୨ା୯(ଡି.ଏନ୍‌.ଏ.): ଆସିକା ଥାନା ଅନ୍ତର୍ଗତ କର୍ପୂରନୂଆଗାଁ ଗ୍ରାମରେ ଗୁରୁବାର ରାତି ପ୍ରାୟ ୮ଟାରେ ଖଣ୍ଡାଚୋଟରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଉକ୍ତ ଗ୍ରାମର ଦେବେନ୍ଦ୍ର ପ୍ରସାଦ ବେହେରାଙ୍କ ସ୍ତ୍ରୀ ସନ୍ତୋଷିନୀ। ତାଙ୍କ ବାମ ହାତରେ ଆଘାତ ଲାଗିଥିବାରୁ ଆସିକା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପ୍ରକାଶ ଯେ, ଗୁରୁବାର ସନ୍ଧ୍ୟାରେ ସନ୍ତୋଷିନୀ ଓ ତାଙ୍କ ଶାଶୁ ଘର ବାରଣ୍ଡାରେ ବସି କଥା ହେଉଥିଲେ। ସେହି ଗ୍ରାମର ଜଣେ ଯୁବକ ସେଠାରେ ପହଞ୍ଚି ଶାଶୁଙ୍କ ସହ ଗଣ୍ଡଗୋଳ କରିବା ସହ ଖଣ୍ଡାରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ସନ୍ତୋଷିନୀ ସମ୍ପୃକ୍ତ ଯୁବକଙ୍କୁ ଅଟକାଇ ବେଳେ ଖଣ୍ଡାଚୋଟରେ ଆହତ ହୋଇଥିଲେ ା ଖବରପାଇ ଆସିକା ପୋଲିସ ପହଞ୍ଚି ସନ୍ତୋଷିନୀଙ୍କୁ ଡାକ୍ତରଖାନା ପଠାଇବା ସହ ତଦନ୍ତ ଆରମ୍ଭ କରିଛି ା ଅଭିଯୁକ୍ତ ଜଣକ ଫେରାର ଅଛନ୍ତି। ତାଙ୍କୁ ଧରିବା ଲାଗି ପୋଲିସ ଉଦ୍ୟମ ଜାରି ରଖିଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି।