ମୁମ୍ବାଇ: ଅମିତାଭ ବଚ୍ଚନ ସପରିବାର ଚାର୍ଟର ପ୍ଲେନ୍ରେ ଶନିବାର ଭୋପାଳ ଯାଇଥିଲେ। ବିଗ୍ ବିଙ୍କ ସହ ସ୍ତ୍ରୀ ଜୟା ବଚ୍ଚନ, ପୁଅ ଅଭିଷେକ, ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ନାତୁଣୀ ଆରାଧ୍ୟା ଏବଂ ଝିଅ ଶ୍ୱେତା ମଧ୍ୟ ଯାଇଥିଲେ। ଶନିବାର ବିଗ୍ ବିଙ୍କ ଶାଶୁ ଇନ୍ଦିରାଙ୍କ ୯୦ତମ ଜନ୍ମଦିବସ ଥିବାରୁ ବଚ୍ଚନ ପରିବାର ଶ୍ୟାମଳା ହିଲ୍ସ୍ଥିତ ଅଂଶଲ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ। ସେଠାରେ କିଛି ସମୟ ରହି ପୁଣି ମୁମ୍ବାଇ ଫେରି ଆସିଛନ୍ତି। ବଚ୍ଚନ ପରିବାର ଖୁବ୍ କମ୍ ଭୋପାଳ ଆସିଥାନ୍ତି। ତେଣୁ ତାଙ୍କ ଆସିବା ଖବର ଶୁଣି ପ୍ରଶଂସକଙ୍କ ଭିଡ଼ ଜମିଥିଲା। ପରିସ୍ଥିତି ଏପରି ହୋଇଥିଲା ଇନ୍ଦିରାଙ୍କ ଆପାର୍ଟମେଣ୍ଟ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଥିଲା।