Categories: ଜାତୀୟ

ଶାଶୁ, ଶ୍ୱଶୁରଙ୍କ ଯତ୍ନ ନେଲେ ମିଳିବ ଉପହାର

ଚଣ୍ଡିଗଡ,୨୬।୮: ସମାଜରେ ଶାଶୁ-ବୋହୂ କଳି ବହୁ ପୁରୁଣା। କେତେବେଳେ ବୋହୂ ଶାଶୁଙ୍କୁ ପିଟିଲାଣି ତ ଆଉ କେତେବେଳେ ଶାଶୁ ବୋହୂକୁ ନିର୍ଯାତନା ଖବର ଚର୍ଚ୍ଚାକୁ ଆସେ। ଏସବୁ ସମସ୍ୟାରୁ ମୁକ୍ତି ପାଇଁ ହରିୟାଣାର ଏକ ଗ୍ରାମରେ ନୂଆ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନ ଅନୁଯାୟୀ ବୋହୂମାନେ ଶାଶୁ,ଶ୍ୱଶୁରଙ୍କ ଯତ୍ନ ନେଲେ ତାଙ୍କୁ ପୁରସ୍କାର ଦିଆଯିବ। ଯିଏ ଯେତେ ଭଲ ଯତ୍ନ ନେବ ସେ ସେତେ ଆଗରେ ରହିବ। ପ୍ରତିବର୍ଷ ଅଗଷ୍ଟ ୧୫ଦିନ ବୋହୂଙ୍କୁ ସମ୍ମାନୀତ କରାଯିବ। ପ୍ରଥମ ସ୍ଥାନରେ ଥିବା ମହିଳାଙ୍କୁ ୫ ହଜାର ୧ଟଙ୍କା ପୁରସ୍କାର ରାଶି ଦିଆଯିବ। ଚଳିତବର୍ଷ ଏହି ପୁରସ୍କାର ୫୦ବର୍ଷୀୟ ପୁଷ୍ପା ସଇନିଙ୍କୁ ଦିଆଯାଇଥିଲା। ସେ ଦୀର୍ଘ ବର୍ଷ ହେବ ବିଛଣାରେ ପଡିଥିବା ଶାଶୁଙ୍କ ସେବା କରିଆସୁଥିବାରୁ ତାଙ୍କୁ ଏହି ପୁରସ୍କାର ରାଶି ଦିଆଯାଇଥିଲା। ଏହି ଅଭିଯାନ ଦ୍ୱାରା ଶାଶୁ, ବୋହୂ ସମ୍ପର୍କରେ ସୁଧାର ଆସିବ ବୋଲି ଗ୍ରାମବାସୀମାନେ କହିଛନ୍ତି।

Share