ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର,୧୯।୧(ବ୍ୟୁରୋ): ଲୋକପ୍ରିୟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ୮୫ ବର୍ଷ ବୟସରେ ରବିବାର ପରଲୋକ ଘଟିଛି । ଅସୁସ୍ଥତା ଯୋଗୁ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିବା ସୁନନ୍ଦା କୋଲକାତାର ଏକ ଘରୋଇ ହସ୍ପିଟାଲରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ପ୍ରଖ୍ୟାତ କବି ବୈକୁଣ୍ଠ ନାଥ ପଟ୍ଟନାୟକଙ୍କ ଝିଅ ସୁନନ୍ଦା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ  ସହ ଅନେକ ଜାତୀୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସୁନନ୍ଦାଙ୍କ କାଳଜୟୀ ଗୀତ ‘ଜୀବନ ପାତ୍ର ମୋ ଭରିଛ କେତେ ମତେ ….’ ଏହାଛଡ଼ା ତାଙ୍କ ଜୀବନୀ ଉପରେ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ର  ‘ନୀଳମାଧବ’  ଜାତୀୟସ୍ତରରେ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ବର୍ଗରେ ପୁରସ୍କୃତ ହୋଇଛି।

Share