ଶାହଙ୍କୁ କଡ଼ା ସମାଲୋଚନା କଲେ ସୁରଜଓ୍ବାଲା

ନୂଆଦିଲ୍ଲୀ,୬।୧: ଜେଏନ୍‌ୟୁରେ ହୋଇଥିବା ହିଂସା ନେଇ କଂଗ୍ରେସ ପ୍ରବକ୍ତା ରଣଦୀପ୍‌ ସୁରଜଓ୍ବାଲା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଏହି ଘଟଣା ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ନୀରବ ସମର୍ଥନ ବିନା ସମ୍ଭବ ହୋଇନାହିଁ। ପୋଲିସ ନୀରବ ଦ୍ରଷ୍ଟା ସାଜିବା ଏହାର ପ୍ରମାଣ ଦେଉଛି। ଏହି ଘଟଣା ପଛରେ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କର ପ୍ରଚ୍ଛନ୍ନ ହାତ ଥିବା ସେ ଅଭିଯୋଗ କରିଛନ୍ତି। ଯୋଜନାବଦ୍ଧ ଭାବେ ହିଂସାକାଣ୍ଡର ଷଡ଼ଯନ୍ତ୍ର ରଚାଯାଇଥିବା ଟୁଇଟ୍‌ କରି ସୁରଜଓ୍ବାଲା କହିଛନ୍ତି।

Share