Categories: ଜାତୀୟ

ଶାହଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି, ରାଜନାଥ

ନୂଆଦିଲ୍ଲୀ,୨୨।୧୦: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ମୋଦି ଜଣାଇଛନ୍ତି। ମୋଦି ଶାହଙ୍କ ପ୍ରଶଂସା କରି କହିଛନ୍ତି ଯେ, ସେ ଜଣେ କର୍ମଠ, ଅନୁଭବୀ କୁଶଳୀ ସଂଗଠକ। ମନ୍ତ୍ରୀମଣ୍ଡଳରେ ସେ ସହଯୋଗୀ ଭାବେ କାମ କରୁଥିବା ମୋଦି ଟୁଇଟ୍‌ କରିଛନ୍ତି। ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟୁଇଟ୍‌ କରି ଶାହଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ସେ ଶାହଙ୍କ ଯୋଜନାବଦ୍ଧ ରଣନୀତିକୁ ପ୍ରଶଂସା କରିଛନ୍ତି। ଶାହ ୧୯୬୪ ଅକ୍ଟୋବର ୨୨ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ନାମ ଅମିତ ଅନୀଲଚନ୍ଦ୍ର ଶାହ ଥିଲା। ତାଙ୍କ ପିତା ଅନୀଲ ଚନ୍ଦ୍ର ଶାହ ଗୁଜରାଟର ମନ୍‌ସାରେ ପିଭିସି ପାଇପ୍‌ ବ୍ୟବସାୟ କରୁଥିଲେ। ବାଲ୍ୟକାଳରୁ ସେ ଆର୍‌ଏସ୍‌ଏସ୍‌ ସହିତି ଜଡ଼ିତ ଥିଲେ।

Share