Categories: ଜାତୀୟ

ଶାହଙ୍କୁ ଭେଟିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୪।୧୦: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଶୁକ୍ରବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ନୂଆଦିଲ୍ଲୀରେ ସେ ଶାହାଙ୍କୁ ଭେଟିବା ଅବସରରେ ତେଲେଙ୍ଗାରରେ ବାକିଥିବା କିଛି ଉନ୍ନତିକରଣ କାମକୁ ନେଇ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ, ପ୍ର୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ କେନ୍ଦ୍ରରେ ଚାଲିଥିବା ଭାଜପା ସରକାର ଏବେ ପ୍ରତି ରାଜ୍ୟରେ ବିଭିନ୍ନ କାର୍ଯ୍ୟକୁ ନେଇ ସମିକ୍ଷା କରୁଛନ୍ତି। ଆଗାମୀ ଦିନରେ ସ୍ଥିତି ମଜଭୁତ କରିବାକୁ ଏବେଠାରୁ ପ୍ରୟାସ ଜାରି ରଖିଛି ଭାଜପା।

Share