ନୂଆଦିଲ୍ଲୀ,୧୭।୮: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ତାଙ୍କ ସହିତ ପ୍ରଦେଶ ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ମଧ୍ୟ ଶାହଙ୍କୁ ସାକ୍ଷାତ୍ କରିଛନ୍ତି। ଖୁବ୍ଶୀଘ୍ର ରାଜ୍ୟର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାର ସମ୍ଭାବନା ଥିବା କୁହାଯାଉଛି। ଯୋଗୀ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଏମ୍ସ୍ରେ ଦେଖିବା ପରେ ଶାହଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଭେଟିଛନ୍ତି।