Categories: ଜାତୀୟ

ଶାହଙ୍କ ଉଚ୍ଚସ୍ତରୀୟ ବୈଠକ: ଜମ୍ମୁ-କଶ୍ମୀର ସ୍ଥିିତି ଉପରେ ଆଲୋଚନା

ନୂଆଦିଲ୍ଲୀ,୪।୮: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ରବିବାର ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ଜମ୍ମୁ-କଶ୍ମୀର ସ୍ଥିତି ଉପରେ ଆଲୋଚନା କରିଛନ୍ତି। ସଂସଦ ଭବନ ପରିସରରେ ହୋଇଥିବା ଏହି ବୈଠକରେ ସୁରକ୍ଷା ପରାମର୍ଶ ଦାତା ଅଜିତ୍‌ ଡୋଭାଲ, ଆଇବି ମୁଖ୍ୟ ସାମନ୍ତ କୁମାର, ସ୍ବରାଷ୍ଟ୍ର ସଚିବ ରାଜୀବ ଗାବା ପ୍ରମୁଖ ଉପସ୍ଥିତ ଥିଲେ। ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ ତଥା ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପାଇଁ ଜାରି ହୋଇଥିବା ସତର୍କ ସୂଚନା ଉପରେ ବୈଠକରେ ଆଲୋଚନା ହୋଇଥିବା କୁହାଯାଉଛି।

Share