ଶାହଙ୍କ ଉପରେ ଆମେରିକା ପ୍ରତିବନ୍ଧକ ଲଗାଉ: ଦାବି କଲା ଅନ୍ତର୍ଜାତୀୟ ଧାର୍ମିକ ସ୍ବତନ୍ତ୍ରତା ଆୟୋଗ

ଓ୍ବାଶିଂଟନ,୧୦।୧୨: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପରେ ଆମେରିକା ପ୍ରତିବନ୍ଧକ ଲଗାଉ ବୋଲି ଆମେରିକା ଅନ୍ତର୍ଜାତୀୟ ଧାର୍ମିକ ସ୍ବତନ୍ତ୍ରତା ଆୟୋଗ ପକ୍ଷରୁ ଦାବି ହୋଇଛି। ନାଗରିକ ସଂଶୋଧନ ବିଲ୍‌ ନେଇ ଆୟୋଗ ପକ୍ଷରୁ ଏଭଳି କୁହାଯାଇଛି। ଏହି ବିଲ୍‌ ଦ୍ୱାରା ଭବିଷ୍ୟତରେ ବହୁ ସଙ୍କଟ ସୃଷ୍ଟି ହେବ ବୋଲି ଆୟୋଗ କହିଛି। ଲୋକ ସଭାରେ ବିଲ୍‌ ଗୃହୀତ ହୋଇଥିବାରୁ ଆୟୋଗ ପକ୍ଷରୁ ଚିନ୍ତା ପ୍ରକଟ କରାଯିବା ସହିତ ଏହାକୁ ସମର୍ଥନ କରୁଥିବା ପ୍ରମୁଖ ନେତାଙ୍କ ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ଆମେରିକା ବିଚାର କରିବା ଆବଶ୍ୟକ ବୋଲି କୁହାଯାଇଛି।

Share