Categories: ଜାତୀୟ

ଶାହଙ୍କ ଜିରୋ ଟଲରେନ୍ସ ନୀତି : ନୂଆ ବିଚ୍ଛିନ୍ନତାବାଦୀ ଦଳ ଗଠନ କଲା ଆଇଏସ୍‌ଆଇ

ନୂଆଦିଲ୍ଲୀ, ୧୨।୬: ଆତଙ୍କବାଦ ବିରୋଧରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଜିରୋ ଟଲରେନ୍ସ ନୀତିରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଆତଙ୍କିତ ହୋଇପଡ଼ିଛି। ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକାଳାପ ବୃଦ୍ଧି ପାଇଁ ଆଇଏସ୍‌ଆଇ ନୂଆ ବିଚ୍ଚିନ୍ନତାବାଦୀ ଦଳ ଗଠନ କରିଥିବା କୁହାଯାଉଛି। ଏହି ଦଳର ସଭାପତି ଭାବେ ପୂର୍ବରୁ ଲଶ୍କର ଆତଙ୍କବାଦୀ ଭାବେ କାର୍ଯ୍ୟ କରୁଥିବା ଇରଶାଦ୍‌ ଅହମ୍ମଦ ମାଲିକ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ନୂଆ ଦଳରେ କେତେକ ଲଶ୍କର ଆତଙ୍କବାଦୀଙ୍କୁ ସାମିଲ୍‌ କରାଯାଇଛି। ମିଳିତ ସୁରକ୍ଷାକର୍ମୀଙ୍କ ବିରୋଧରେ ପ୍ରଦର୍ଶନ ଲାଗି ପଦକ୍ଷେପ ନେବାକୁ ଦଳର ସଦସ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ ଚଳିତ ବର୍ଷ ଅପରେଶନ୍‌ ଅଲ୍‌ ଆଉଟ୍‌ ଅନ୍ତର୍ଗତ ଶହେରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସଂଗଠନକୁ ପୁଣି ସକ୍ରିୟ କରିବ ଲାଗି ଏଭଳି ଚକ୍ରାନ୍ତ କରିଥିବା କୁହାଯାଉଛି।

Share