Categories: ଜାତୀୟ

ଶାହଙ୍କ ନେତୃତ୍ୱରେ ଭାଜପା ଲଢ଼ିବ ଝାଡ଼ଖଣ୍ଡ,ମହାରାଷ୍ଟ୍ର ଓ ହରିୟାଣା ନିର୍ବାଚନ

ନୂଆଦିଲ୍ଲୀ,୧୪।୮: ଚଳିତ ବର୍ଷ ଶେଷରେ ଝାଡ଼ଖଣ୍ଡ,ମହାରାଷ୍ଟ୍ର ଓ ହରିୟାଣା ଆଦି ୩ ରାଜ୍ୟର ବିଧାନସଭା ନିର୍ବାଚନ ହେବ। ଏହି ନିର୍ବାଚନରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଭାଜପା ନିର୍ବାଚନ ଲଢ଼ିବାର ଯୋଜନା ପ୍ରସ୍ତୁତ କରିଛି। ଏହି ରାଜ୍ୟ ଗୁଡ଼ିକ ଭାଜପା ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ତେଣୁ ଦଳ ପକ୍ଷରୁ ସଂଗଠନକୁ ତୃଣମୂଳସ୍ତରରେ ସୁଦୃଢ଼ କରାଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ସମ୍ପ୍ରତି କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଜେ.ପି. ନଡ୍ଡା ଦାୟିତ୍ୱ ତୁଲାଉଛନ୍ତି। ତେବେ ଏହି ରାଜ୍ୟଗୁଡ଼ିକର ନିର୍ବାଚନ ପରେ ଦଳକୁ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ମିଳିବାର ସମ୍ଭାବନା ରହିଥିବା କୁହାଯାଉଛି। ଇତିମଧ୍ୟରେ ରାଧା ମୋହନ ସିଂଙ୍କ ନେତୃତ୍ୱରେ ଦଳ ପକ୍ଷରୁ ନିର୍ବାଚନ କମିଟି ମଧ୍ୟ ଗଠନ କରାଯାଇଛି।

Share