ଶାହରୁଖ୍‌ଙ୍କ ସିକ୍ରେଟ୍‌ ଖୋଲିଲେ ଗୌରୀ

ବଲିଉଡ୍‌ର ବାଦ୍‌ଶାହ ଶାହରୁଖ ଖାଁ ଏବଂ ସ୍ତ୍ରୀ ଗୌରୀ ଖାନ ଇଣ୍ଡଷ୍ଟ୍ରୀର ସବୁଠୁ ଷ୍ଟାଇଲିସ୍‌ କପଲ୍‌ ଭାବେ ଜଣାଶୁଣା। କୌଣସି ପାର୍ଟିରେ ହେଉ କି ଇଭେଣ୍ଟ ଉଭୟଙ୍କୁ ଷ୍ଟାଇଲିସ୍‌ ଲୁକ୍‌ରେ ଦେଖିବାକୁ ମିଳେ। ଶାହରୁଖଙ୍କୁ କୌଣସି ସ୍ଥାନକୁ ଯିବାକୁ ହେଲେ ପ୍ରସ୍ତୁତ ହେବାକୁ ତାଙ୍କୁ ଗୌରୀଙ୍କଠାରୁ ଅଧିକ ସମୟ ଲାଗିଥାଏ। ଏକଥା କହିଛନ୍ତି ଗୌରୀ। ଏକ ସାକ୍ଷାତକାରରେ ସେ କହିଛନ୍ତି, କୌଣସି ସ୍ଥାନକୁ ଯିବାକୁ ହେଲେ ଏଥିପାଇଁ ପ୍ରସ୍ତୁତ ହେବାକୁ ମୋତେ ପାଞ୍ଚ ମିନିଟ ସମୟ ଲାଗୁଥିବାବେଳେ ସେ ପାଞ୍ଚ ଘଣ୍ଟା ନେଇଥାନ୍ତି। ଗୌରୀଙ୍କ ଏହି କଥାର ଉତ୍ତରରେ ଶାହରୁଖ କହିଛନ୍ତି, ମୁଁ ପ୍ରାୟତଃ ସବୁବେଳେ କଳା ରଙ୍ଗର ପୋଷାକ ହିଁ ପିନ୍ଧିଥାଏ। ତେଣୁ ପ୍ରତ୍ୟେକ ଥର ଭିନ୍ନ ଭିନ୍ନ ଡିଜାଇନର କଳା ରଙ୍ଗର ପୋଷାକ ବାଛିବାକୁ ସମୟ ଲାଗେ ବୋଲି ବାଦଶାହ କହିଛନ୍ତି। ଶାହରୁଖ୍‌ଙ୍କୁ ଶେଷଥର ପାଇଁ ‘ଜିରୋ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ କ୍ୟାଟ୍ରିନା କୈଫ ଓ ଅନୁଷ୍କା ଶର୍ମା ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ।

Share