ଶାହରୁଖ୍‌ଙ୍କ ସ୍କେଚ୍‌ କଲେ ଅବରାମ: ଟୁଇଟରରେ ପ୍ରଶଂସା କଲେ କିଙ୍ଗ ଖାଁ

ମୁମ୍ବାଇ: ଶାହରୁଖ୍‌ ଖାଁଙ୍କ ପୁଅ ଅବରାମ ପିତାଙ୍କ ସ୍କେଚ୍‌ ଆଙ୍କିଛନ୍ତି। ଏହାକୁ ଦେଖି ଶାହରୁଖ୍‌ ଇମ୍ପ୍ରେସ୍‌ ହୋଇଯାଇଛନ୍ତି। ପୁଅର ସ୍କେଚ୍‌କୁ ଟୁଇଟରରେ ଶେୟାର କରିବା ସହିତ କିଙ୍ଗ୍‌ ଖାଁ ଢେର୍‌ ପ୍ରଶଂସା କରିଛନ୍ତି। ଏବେ ଏହା ଭାଇରାଲ ହେବାରେ ଲାଗିଛି। ବହୁ ୟୁଜର ଏନେଇ ଅବରାମଙ୍କୁ ତାରିଫ୍‌ କରିଛନ୍ତି। ଶାହରୁଖ୍‌ ଟୁଇଟ୍‌ କରି କହିଛନ୍ତି ଜୀବନରେ ପ୍ରତିଟି କ୍ଷେତ୍ରରେ ନିଷ୍ଠାପର ଭାବରେ କାମ କରିବା ଆବଶ୍ୟକ। ଏହା କୁନି ଅବରାମଙ୍କ ସ୍କେଚ୍‌ ଶିକ୍ଷା ଦେଉଛି। ସୂଚନାଯୋଗ୍ୟ, ଶାହରୁଖ୍‌ ନିଜର କର୍ମକ୍ଷେତ୍ର ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରିବାରେ ଏକ ଦମ୍‌ ପରଫେକ୍ଟ ବୋଲି ତାଙ୍କ ପ୍ରଶଂସକ କହିଥାନ୍ତି।

Share