Categories: ଜାତୀୟ

ଶାହାଙ୍କୁ ଘେରିଲେ ବିରୋଧୀ: ପ୍ରସାରଣ ବନ୍ଦ କଲା ଆର୍‌ଏସ ଟିଭି

ନୂଆଦିଲ୍ଲୀ,୧୨ା୧୨(ପି.ଟି.): ରାଜ୍ୟ ସଭାରେ ନାଗରିକତ୍ୱ (ସଂଶୋଧନ) ବିଲ୍‌ ଆଲୋଚନା ବେଳେ ବିରୋଧୀ ଦଳର ସଦସ୍ୟମାନେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପରେ ବର୍ଷିବାରୁ ଗୃହର ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସଭା ଟିଭି (ଆର୍‌ଏସ୍‌ଟିଭି) ସାମୟିକ ଭାବେ ଏହାର ପ୍ରସାରଣ ବନ୍ଦ କରିଦେଇଥିଲା। ଭାଜପା ସରକାର ଆସାମବାସୀଙ୍କ ଅଧିକାରର ସୁରକ୍ଷା କରିବେ ବୋଲି ଶାହା କହିବା ବେଳେ ବିରୋଧୀମାନେ ଏହାର ଜୋର୍‌ଦାର ବିରୋଧ କରିଥିଲେ। ବିଶୃଙ୍ଖଳା ନ କରିବାକୁ ଭେଙ୍କାୟା ବିରୋଧୀ ସଦସ୍ୟମାନଙ୍କୁ ଚେତାବନୀ ଦେଇଥିଲେ। ବିରୋଧୀ ସଦସ୍ୟଙ୍କ ବିବୃତିକୁ ରେକର୍ଡ ନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ପରେ ରାଜ୍ୟ ସଭା ଟିଭି ଏହାର ସିଧା ପ୍ରସାରଣ ବନ୍ଦ କରିଦେଇଥିଲା। ଏଥିପାଇଁ ଭେଙ୍କାୟା ରେଡ୍‌ଲାଇଟ ବଟନ ଦବାଇଥିଲେ ବୋଲି ଆର୍‌ଏସ୍‌ଟିଭି ସୂତ୍ରରୁ ଜଣାପଡିଛି।

Share