Categories: ଜାତୀୟ

ଶାହାଙ୍କ ଉପରେ ବର୍ଷିଲେ ମମତା: ଦେଶରେ ନିଆଁ ଲଗାଅନି

କୋଲକାତା,୧୯।୧୨: ପଶ୍ଚିବବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାଗରିକତ୍ୱ ଆଇନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପରେ ବର୍ଷିଛନ୍ତି। ଶାହା ସିଏଏକୁ ନେଇ ଦେଶରେ ସୃଷ୍ଟି ହୋଇଥିବା ସ୍ଥିତି ସୁଧାରିବା ବଦଳରେ ନିଆଁକୁ ଲିଭାନ୍ତୁ। ଯଦି ଆଧାର ନାଗରିକତ୍ୱର ପ୍ରମାଣ ନୁହେଁ ତେବେ ଏହାକୁ ବ୍ୟାଙ୍କ ଆକାଉଣ୍ଟ, ଭୋଟର ଆଇଡି ଏବଂ ମୋବାଇଲ ଫୋନ୍‌ ସହ କାହିଁକି ସଂଯୋଗ କରାଯାଇଛି ବୋଲି ମମତା ପ୍ରଶ୍ନ କରିଛନ୍ତି।
ଅମିତ୍‌ ଶାହ ଜଣେ ଭାଜପା ନେତା ନୁହନ୍ତି, ସେ ଏ ଦେଶର ସ୍ବରାଷ୍ଟ୍ରମନ୍ତ୍ରୀ। ଦେଶରେ ନିଆଁ ଲଗାଇବା ତାଙ୍କ କାମ ନୁହେଁ। ଦେଶରେ ଲାଗିଥିବା ନିଆଁକୁ ଲିଭାଇବା ତାଙ୍କ କର୍ତ୍ତବ୍ୟ। ମୁଁ ହାତଯୋଡ଼ି ଅନୁରୋଧ କରୁଛି। ଆଧାର ନାଗରିକତ୍ୱର ପ୍ରମାଣ ନୁହେଁ ବୋଲି ଶାହାଙ୍କ ମନ୍ତବ୍ୟ ପରିପ୍ରେକ୍ଷୀରେ ସେ କହିଛନ୍ତି, ୬ ହଜାର କୋଟି ଟଙ୍କା ଖର୍ଚ୍ଚ କରାଇ ଆଧାର କାର୍ଡ କାହିଁକି ତିଆରି କରାଇଲ। ବିରାଡ଼ି କ’ଣ ବ୍ୟାଗ୍‌ରୁ ଖସିପଳାଇ ଯାଇଛି। ଦେଶର ଜଣେ ନାଗରିକ ଭାବେ ଏହି ପ୍ରଶ୍ନ କରିବାର ଅଧିକାର ତାଙ୍କର ଅଛି ବୋଲି ସେଣ୍ଟାଲ୍‌ କୋଲକାତାର ଦୋରିନା କ୍ରସିଙ୍ଗ୍‌ରେ ସିଏଏ ବିରୋଧୀ ବୈଠକରେ ମମତା କହିଛନ୍ତି। ଏହି ଅବସରରେ ସେ ଏକ ଫେକ୍‌ ଭିଡିଓକୁ ନେଇ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।

Share