Categories: ଜାତୀୟ

ଶାହାଙ୍କ ଫୋନ୍‌ ନମ୍ବରରେ ଜାଲିଆତି: ୩ କୋଟି ଦାବିକରି ୨ ଗିରଫ

ନୂଆଦିଲ୍ଲୀ,୩୦।୧୨(ଆଇଏଏନ୍‌ଏସ୍‌): ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଥିବା ଲ୍ୟାଣ୍ଡଲାଇନ୍‌ ଫୋନ୍‌ ନମ୍ବରକୁ ଜାଲିଆତି କରି ହରିୟାଣାର ଜଣେ ମନ୍ତ୍ରୀଙ୍କଠାରୁ ୩ କୋଟି ଟଙ୍କା ଦାବି କରିବା ଅଭିଯୋଗରେ ୨ ଜଣଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଗତର ସିଂ ଓ ଉପକାର ସିଂ ହରିୟାଣା ଶକ୍ତିମନ୍ତ୍ରୀ ରଞ୍ଜିତ୍‌ ସିଂ ଚୌତାଲାଙ୍କୁ ଫୋନ୍‌ କରି ଦଳୀୟ ପାଣ୍ଠିକୁ ୩ କୋଟି ଦେବା ପାଇଁ ଦାବି କରିଥିଲେ। ସେମାନେ ଶାହାଙ୍କ ବାସଭବନରୁ ଫୋନ୍‌ କରୁଥିବା କହିଥିଲେ। ତେବେ ଚୌତାଲାଙ୍କର ସନ୍ଦେହ ହେବାରୁ ସେ ରାଜ୍ୟ ପୋଲିସକୁ ଜଣାଇଥିଲେ। ହରିୟାଣା ପୋଲିସ ଏନେଇ ଦିଲ୍ଲୀ ପୋଲିସ ସହ ଯୋଗାଯୋଗ କରିଥିଲା। ଦିଲ୍ଲୀ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ହରିୟାଣା ଭବନରୁ ଗିରଫ କରିଛି। ସେମାନେ ମିଥ୍ୟା ଫୋନ୍‌ କଲ୍‌ରେ ସମ୍ପୃକ୍ତ ଥିବା ସ୍ବୀକାର କରିଛନ୍ତି। ଭାରତରେ ନିଷିଦ୍ଧ ଥିବା ଏକ ଆପ୍‌କୁ ବ୍ୟବହାର କରି ସେମାନେ ଚୌତାଲାଙ୍କୁ କଲ୍‌ କରିଥିଲେ।

Share