Categories: ଜାତୀୟ

ଶାହାଙ୍କ ରାଲି ପୂର୍ବରୁ ବିହାରରେ ପୋଷ୍ଟର ଓ୍ବାର

ପାଟନା,୭।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ବିହାରରେ ଏକ ଡିଜିଟାଲ ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହା ପୂର୍ବରୁ ଆରମ୍ଭ ହୋଇଯାଇଛି ପୋଷ୍ଟର ଓ୍ବାର। ରାଜଧାନୀ ପାଟନାରେ ନେତାଙ୍କର ପୋଷ୍ଟରକୁ ଦେଖି ଏବେ ରାଜନୀତି ହୋଇଛି ସରଗରମ। ଡାକବଙ୍ଗଳା ନିକଟ ଓ ଆୟକର ବିଭାଗ ରାସ୍ତାରେ ଲାଗିଥିବା ପୋଷ୍ଟରରେ ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଟାର୍ଗେଟ କରାଯାଇଥିବା ଦେଖାଯାଇଛି। ଉକ୍ତ ପୋଷ୍ଟରରେ ଲାଲୁଙ୍କ ଫଟୋ ସହ ଲେଖାଯାଇଛି, ‘କଏଦୀ ବଜାଉଛନ୍ତି ଥାଳି,ଜନତା ବଜାନ୍ତୁ ତାଳି’। ସୂଚନାଯୋଗ୍ୟ, ଲାଲୁ ପ୍ରସାଦ ଯାଦବ ମୁଖ୍ୟମନ୍ତ୍ରୀ ଥିବା ସମୟରେ ପ୍ରାୟ ୯ଶହ କୋଟି ଟଙ୍କାର ଗୋଖାଦ୍ୟ ଦୁର୍ନିତି ମାମଲା ହୋଇଥିଲା। ଏହି ମମାଲାରେ ଏବେ ଲାଲୁ ଦୋଷୀ ସାବ୍ୟସ୍ତ ହେବା ସହ ଜେଲଦଣ୍ଡ ଭୋଗ କରୁଛନ୍ତି। ଏବେ ଏହାକୁ ନେଇ ରାଜନୀତି ସରଗରମ ହୋଇଥିବା ଦେଖାଯାଇଛି।

Share